ଜୀବନ କୋଉଠି? Where Is Life Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୀବନ କୋଉଠି? Where Is Life

Rating: 5.0

ଖସୁଛି ଫୁଲ, ଖସୁଛି ମାଳ,
ଜଗନ୍ନାଥଙ୍କ ମଥାରୁ, ସମ୍ଭାଳ।

ଉଠୁଛି ମାଟି, ଉଠୁଛି ଜ୍ୟୋତି,
ଆକାଶର ଖୋପରୁ, ଦିଅ ହୁଳହୁଳି,
କରତାଳି, ବଜାଅ ଝାଂଜ
ମୃଦଙ୍ଗ ଖୋଳ।

ଜୟ ଜୟ ବୋଲ,
ଜୀବନର ଜୟଗାନ କର।

ଜୀବନ ଜ୍ୟୋତି,
ଜୀବନ ହୀରାମୋତି,
ଜୀବନର ନାହିଁ ଜାତି,
ଜୀବନର ନାହିଁ ଇତି।

ଏଇଥିପାଇଁ, ଏ ଜୀବନ ପାଇଁ
ଏତେ ଆୟୋଜନ ଏଠି,
ଏତେ ସେତେ ବିଦ୍ୟା
ଖାସ୍ ଜୀବନ ପାଇଁ,
ଘର, ନଅର,
ଶଳା, ସମୁଦି ସଂପର୍କ,
ପାଣି ପବନ ଖେଳ,
ଆଲୁଅ ଅନ୍ଧାର ମେଳ,
ସବୁ ଜୀବନ ପାଇଁ।

ଜୀବନ କୋଉଠି?

ଆକାଶରେ ଆକାଶରେ,
ମେଳନ ପଡିଆରେ, ମେଘରେ,
ଘାସରେ, ଘମାଘୋଟ ଲଢେଇରେ,
ଫୁଲରେ, ଫସଲରେ,
ଜୀବନ ମୃତ
କି ମୃତ ନୁହଁ,
ସେ ସବୁ ପରେ।

ଏବେ ଜୀବନକୁ
ଦେଖ ଜୀବନରେ,
ସମୟ ଆମରି ହାତରେ।

Tuesday, July 3, 2018
Topic(s) of this poem: life
POET'S NOTES ABOUT THE POEM
written in odia language. Odia is the official language of Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success