ଛେଳିର ଛିଙ୍କରେ
ଗଜାନନ ମିଶ୍ର
ଛେଳିର ଛିଙ୍କରେ
ଗଧର ଗୁହରେ
ଗଳି ଗଳିରେ
ଗାଁ ଗାଁରେ
କରୋନା କରୋନା।
ପୁଣି କରୋନା
ପ୍ରିୟତମାର ହାତରେ
ବାଲିରେ ବାଡିରେ ବଣରେ
କରୋନା କରୋନା
ଟିଭି ଖୋଲିଲା ମାତ୍ରେ
ମୁଖପୁସ୍ତିକାରେ।
ଥିଲା କି ନ ଥିଲା
ଥିବ କି ନ ଥିବ
ଜଠରରେ ଜୀବନରେ
ଗେଲରେ ଗାଲରେ
କରୋନା କରୋନା
କହିବ କିଏ ଅଛି ପାଖରେ!
ପ୍ରଶାସନ ଭୟରେ
ଥରହର ମାଟି ଆକାଶ
ଦିନରେ ରାତିରେ
ରୀତିରେ ରାଶିରେ
ରାଲିରେ ରଥରେ
ରହ ରହରେ।
କରୋନା, ଏଠାରେ
ସେଠାରେ ଏକରେ
ଦୁଇରେ ଦୋକାନରେ ।
ଯା ନାରେ ଯା ନାରେ
ମଣିଷ ପାଖକୁ ଯା ନାରେ।
ମଣିଷ ଆଉ କାହିଁରେ?
ମଣିଷ-କରୋନା ସବୁଠାରେ
ଗଲେ ଆଉ ପାରିବୁ ନି ରହିରେ
ପାଖକୁ ପାଖ ଲାଗି ଲାଗି
ରହ ନା ରେ ରହ ନା ରେ।
ଜୀବନ ମରଣ ଏକା ରେ
ରୋଗ ଶୋକ ଦୁଃଖ ଜରା
ସବୁ ସବୁରେ ତୋର ଇ
ଖୁସିରେ ହସରେ
ନାଚରେ ଗୀତରେ।
ପଚାର ନା
କଣ ତୋର
କିଏ ତୋର
ନାଇଁ ନାଇଁରେ
ଉତର ଆଦୁ ନାଇଁରେ।
09437366644
This poem has not been translated into any other language yet.
I would like to translate this poem
Language - odia, script - brahmi It is about present crisis due to Karona pandemic