ଥାଉ
ଗଜାନନ ମିଶ୍ର
(ଯେ ଯାହାମତେ ସୁଖ ଚିନ୍ତି
ସ୍ୱାମୀ ଜୀବନ ସେ ହରନ୍ତି - 7/9 ଅତିବଡି ଜଗନ୍ନାଥ)
ଥାଉ
ଏତିକିରେ ଏ ସବୁ।
ଏଣୁଏଣିକି
ସତ୍ୟ ଖୋଜାଯାଉ।
କୋଉଠି ସତ୍ଯ?
ସତ୍ୱରେ! !
କଦଳୀପତ୍ର
ମୁଣ୍ଡ ହଲାଏ।
ବଦନ ଶିର
ଊରୁ ଭୁଜ ଦେଖାନ୍ତି
ଯେ ଯାହା ତେଜ
ଫୁଟି ଉଠିଲାବେଳେ
ଦିବ୍ୟବେଶ, ନା ନା
କାହିଁ ନାହିଁ ଶେଷ।
ଦେଖ ମାୟା,
ଦେଖ ବାଙ୍କ ଚାହାଣୀ ଗତି,
ପଣସ ପତ୍ର ଦନାରେ
ଗୋବର ଟିକିଏ ଆଉ
କାଗଜର ପାଂଚଶହ ଦେଇ କହୁଛି
ଯିବ ଡେଇଁ ବୈତରଣୀ ନଦୀ!
ଆହା,
ସ୍ୱ-ପର ଭେଦ!
ପାରୁ ନି ଜାଣି ମୂଢ ନର
ଘାଣ୍ଟି ହେଉଛି ଯୋଉଠି
ନିଜର ଇ ଅନ୍ଧାର।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
06/10/2020
This poem has not been translated into any other language yet.
I would like to translate this poem