ଆଏରକୁନା ପଥର
ଗଜାନନ ମିଶ୍ର
1
ଦରୋଦରୋ ମୁତଲା
ଉପରେ ମୋର ସୁକ୍ରୁ।
ଅଏରେ, କାହିଁ ଏଇଥିଲୁ
ଆରୁ କାଣା କଲୁ?
ସୁକ୍ରୁର ପୁଓ ଭୁସକୁ
କାଏଲ ବେଲବୁଡଲାବେଲକେ
ଛେରି ଦେଇଥିଲା ମୋର
ତଲିଆଲକେ।
ଇନେ ଖେତ ତମର ବଲି
ମୋର ଉପରେ ଏନ୍ତା
ହଗବ ମୁତବ କାଏଁ!
ନେଇଁ କହି କିଛୁ କାହାକେ
ଫେରବି, କାଣା କହେମି
କିହେ କାଣା ନେଇଁ ଜାନି
ଘରବନା ଟଙ୍କା
ମିଛସତ୍ କରି ଖେଇଥିଲେ,
ପାଇଖିନା ଭି
ପୁରା ପୁରା ଖେଇଗଲେ
ସଭେ ମିସିଗୁଲି!
2
ମୁଇଁ ତ ଅଛେଁ ମୋର ସୁଖେ
ଖରା ବର୍ଷା ସିତ୍ କାକରେ,
କାଁକାଜେ ଲମନାକୁ ଆଏଲା
ଆରୁ ଦେଖ ତ ଖରସି କାଦୋ
ଗଦାତେଲ୍ ଗଦାଲା!
ସଲା, ଗଁଧିଗଲା ମୋରଦିହେ।
ହେତାରପିଲା ଆଏଲା ଆରୁ
ଟଁଗିଆଫସା ମାରଲା,
ମାରଲା ତ ମାରଲା, ନିସଲା ଧାର୍
ଗୁହୁରିଛାଲ ଛାଡିଗଲା ଦିହୁ,
ବୁଆ, ଜେନ ଜଲନ
ପରାନ ପଲେଇଜିବା କେଁନୁ!
3
କେଁ ଲଗନେ ସକାଲ ପେଇଥିଲା କେଜାନେ
ଆଏଜ, ଧଏନ ପରଭୁ!
ନାଗବଚ୍ଚା ନାଚୁଥିବା ଗେରଗେରୁ
ବେଲ ଉଦେନ ଉଦେନ ହଉଥିଲା ବେଲକେ
ଆସିକରି ମୁଡିଆ ମାରଲା କେତନିକେତେ!
ସିଁଦୁର ଗୁଟେ ପାକିଟ ଢାଲିଦେଲା
ଧୁପଖାଡିଟେ ଜାଲି ଦେଲା।
କେଁ ମଜା ରେ ବୁଆ ମୋର!
ବେଲବୁଡାକେ ମଟିଆ ବୁଢା
ଆରୁ ଆରୁ ଝନାଦୁ ଆସିକରି
କଲେ ନେଇଁ କେତେ ହାରିଗୁହାରି।
ମତେ ଦେବତା ବନେଇଦେଲେ କେନୁ!
ନେଇଁ ପାରଲି ଇନର ଇମାନକୁ ବୁଆ,
ମୁଇଁ ମୋର ଜେନତା ଅଛେଁ ଅଛେଁ
ଇନରଟା ଇନେ
ଗୁହେମୁତେ କାଦୋଚିଖଲେ
ଫେର ବଜାଗଜା ଫୁଲସିନ୍ଦୁର ଭିତରେ।
ଏନ୍ତା ଅଛେଁ ଇନେ
ନେଇଁ ଭାବିକରି କିଛୁ
ଇ ଆଏର କନେ।
ଇ ପାଖୁ ମୋର ଜେଇଛେ ଲମହି
ଜାତିୟରାଜପଥ କେନୁ କେନକେ
କେନ୍ତା ଜାନସିଁ!
କହେସନ ଗୁପାଲପୁରତକ୍ ଜେଇଛେ,
ଆରୁ ଏଇଛେ ପୁରପଁଦରଠାନୁ।
ସକାଲ ପାଏଲାବେଲୁ ଜାହା ବି ହଉ
ଲୋକ୍ ଇବାଟେ ଆଏଲାଗଲାଟା
ଜୁହାରଟେ କରୁଛନ୍, ମୁଡଟିକେ ହଲଉଛନ୍
ମନକେମନ ଭାବୁଛନ୍
ଭଲେ ଭଲେ ଜଉ ଆଏଜ ଦିନ୍
ଭଲେ ଭଲେ ପହଁଚିସୁଁ ଆମରଠାନେ।
ଇ ମୁନୁସର ଆବଭାବ ଚାଲିଚଲନ ଦେଖିକରି
କାଁଦମି କି ହଁସମି କହି ନେଇଁ ପାରବାର
ଆରୁ ଆରୁ ମୁଇଁ! ସୁନୁଛ ଗୁସେଇଁ! !
09437366644
This poem has not been translated into any other language yet.
I would like to translate this poem
Language - kosli, kosli is the mother tongue of western Odisha, India.