କିଏ ନୁହଁ ଚୋର? Who Is Not A Thief? Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କିଏ ନୁହଁ ଚୋର? Who Is Not A Thief?

Rating: 5.0

ଚୋର
ଗଜାନନ ମିଶ୍ର

କିଏ ନୁହଁ ଚୋର, ଅବଧାନେ?
ମତେ କିଆଁ କରାଉଛ ଉଠବସ
ଆଉ ଦେଉଛ ପାନେ!
ମୁଁ ତ ଦାସାନୁଦାସ ତୁମର,
ତୁମେ ଆପଣେ ଇ ତ କହୁଥିଲ
ଆଣ ପିସି, ଲଂଘିବାର ଅଛି
ନିର୍ବାଚନ ପାରାବାର।
ଆମେ ତ ଛୋଟ, ଅତିଛୋଟ,
ତୁମଠୁ ବଳ ପରାକ୍ରମ ପାଇ
ହେଉଛୁଁ ଯାହା କିଛି ମୋଟ।
ମୋଟକୁ ନୁହଁ କି ନୁହଁ ଛୋଟକୁ,
ଆମ ପରିବାର ଭରଣପୋଷଣକୁ
ଶକ୍ତି ନାଇଁ ଆମଠି ହଜୁର,
ଆପଣ ମାଲିକ, ଯାହା ଚାହିଁବେ
ନ ହେବ ନୁହେଁ ।
ଆପଣଙ୍କ ଶ୍ରୀ ତୁଣ୍ଡରୁ
ବାହାରିଲାମାତ୍ରେ ଶବ୍ଦ
ନ ଥିବ ଆମର ହାତଗୋଡ
ବସଉଠରେ ସାରିଦେଲେ
ଧନ୍ଯବାଦ ଆପଣ!
ସବୁ ଚୋର ଚୋର ତ ଏଇଠି ହଜୁର,
ମାଟିରେ ଫଳୁ ନି ସୁନା
ଦେଖୁ ନାହାନ୍ତି ମାଲିକ!
ମୁଁ ଏକା ଶାସ୍ତି ପାଇଲେ
ବଦଳି ଯାଆନ୍ତା ଯଦି ପୃଥିବୀ
ମୁଁ ମରିବାକୁ ବି ପ୍ରସ୍ତୁତ ମହାରାଜ!

ତପୋବନ, ଟିଟିଲାଗଡ, ବଲାଙ୍ଗିର
6/6/2019

Thursday, June 6, 2019
Topic(s) of this poem: nature
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success