କୋଉଠି କିଏwho Is Where Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୋଉଠି କିଏwho Is Where

Rating: 5.0

ୟାକୁ କହିବ
ଗଜାନନ ମିଶ୍ର

କୋଉଠି କିଏ?
ଉଆଟସଫ୍, ଫେସବୁକ୍
ଗୁଗୁଲ୍, ଟୁଇଟର?
କେତେ କୋଉଠି ଟାଉଟର,
ଶଳେ ଭଦ୍ରଚୋର।

କେତେ ମନ୍ତେ କେତେ କଥା
ଜାଣି ନାହାନ୍ତି କହି!
ମାଗଣା ଖାନାପିନା
ସେବା ନେଉଥିବେ,
ପେଁଦି କାଟୁଥିବେ,
ତମରତମେ ରାସ୍ତା ଦେଖ
କହଲାମାତ୍ରେ ସାତଶତ୍ରୂ,
ଭଉଣୀ ଭାଇ
କାହାଣୀ ଆଉ ନାଇଁ।

କେତେ ନେଉଥିବେ ମଜା,
ଚିଲ୍ ଚିଲ୍ ଇଲୁଜନ ଇଲୁଜନ
କହୁଥିବେ ଆଉ କେତେ,
ନୋ ଇଲୁଜନ ବଟ୍
ରିଏଲିଟି କହିବେ
ନିଶାରେ ଚୁର୍ ହୋଇ
ଆଉ ଥୋକେ।
ଆଉ କେତେ ଦୂରୁ
ଦେଉଥିବେ ସନ୍ଦେଶ, ହୁସ୍,
ନୋ କମେଣ୍ଟ ପ୍ଲିଜ୍।

କଣ ହେଲାରେ
ଚକିତ ହୋଇ ନୂଆ
ଯୋଜନା ତିଆରିରେ
ବ୍ୟସ୍ତ ବନ୍ଦ କୋଠରୀରେ।
ଆମେ ପଡିବୁ ନି
ମଝିରେ ଧୋବଧାଉଳିଆ
ଚହଟ ଚିକ୍କଣିଆ
ନେଉଥିବେ ବାହାବା।

କର ନି ଚିନ୍ତା,
ଏ ଘର ମାଉସୀ
ସେ ଘର ପିଉସୀ
ଚଳବ ନି ଆଉ।
କର ଅପେକ୍ଷା,
ମାଛ ବେଙ୍ଗ ସାପ
ଝିଟିପିଟି, ବାରି ହେବେ।
ଘର ଭିତରର ସନ୍ଦେଶ
ଯିବ ନି ଆଉ ଶତ୍ରୁପଲକୁ।

ଆରେ ଆରେ,
ଶତ୍ରୁ କଣ ବାହାରେ?
ହେଇ ପରା, ଆମ ଭିତରେ।
କୋଉଠି ରହିବ?
କିଏ ଜଗିବ କାହାକୁ?
ତଥାପି ହେବ ଯିବାକୁ,
କରି କରି ଯିବାକୁ ହେବ
ଲକ୍ଷ୍ୟ ପୂରଣ ଯାଏ।

ଲକ୍ଷ୍ୟ କଣ କି?
ଖ ପିଅ ମଉଜ କର,
ଧୋକା ଦିଅ,
ଆଉ ଥାଅ ନଜ ବାଟରେ।
ୟା ନାଁରେ ତାକୁ
ତା ନାଁରେ ୟାକୁ
ଚୁଁଟା ବୁରବୁଟା କରି
ଫାଏଦା ଉଠାଅ, ନ ଉଠାଇ ପାରିଲେ,
ଛାଡ ହୋ ବେକାର ସବୁ,
ନାଲାଏକ ପଶୁ।

ୟାକୁ କହିବ ମୁନୁଷ୍ ।

ତପୋବନ, ଟିଟିଲାଗଡ, ବଲାଙ୍ଗିର

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success