1.
କିଏ କଣ କହିଲା ଶୁଣା ନା,
କଣ କେମିତି କହୁଛି ମୁଁ,
ଶୁଣ୍ ଆଉ ବୁଝ୍,
ଭଲ ଗତି ଅଛି ଆଗକୁ ।
ସବୁକୁ ସାଉଁଟି ନେବା ଯା,
ଶିଖି ଯା ବେଳ ଥାଉ ଥାଉ ।
2.
ହୃଦୟକୁ କିଏ ଛୁଏଁ?
ଛୁଏଁ କେମିତି?
ନା ଆମେ ଆମ ଫାଇଦା
ଉଠାଉଁ ଏମିତି ଭଣ୍ଡାଇ!
ହଁ ନା ନାଇଁ?
ଆଉ ସରଳ ରାସ୍ତାରେ
ଗାର କାଟୁଁ ତୁଚ୍ଛାରେ ।
3.
ଯା ବିରୁଦ୍ଧରେ ଯିଏ
ଯେମିତି ଗଲା,
ଯେମିତି ପାରିଲା ସେମିତି କଲା
ଆଉ କହିଲା, ପ୍ରହରୀ କିଏ,
ନ ଥିଲା ଖେଦ ଟିକିଏ ।
4.
ସର୍ବସ୍ଵାନ୍ତ ନ ହେଲେ
ଏଠି ଏମିତି
କେହି ପାରିବେ ନି ରହି ।
ଦେଇଛ କଣ ଯେ
ନେବ ଏଠାରୁ ।
କୋଉ ଜାଗା ଏଇଟା କି?
This poem has not been translated into any other language yet.
I would like to translate this poem