କହିବ କିଏ Who Would Say Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କହିବ କିଏ Who Would Say

Rating: 5.0

0

କହି ହେଉ ନି ଯୋଉଟା
କହିବ କିଏ କି!
ଦୃଶ୍ୟ ଅଦୃଶ୍ଯ ସମାନ କି?

ସତ ସତ ଆଉ
ମିଛ ମିଛ
ଗୋଳିଆଘଣ୍ଟା ସବୁ ।

ଅନ୍ଧ ଆଉ ଅନ୍ଧାର
ଆଉ ୟା ଭିତରେ
ସବୁ ମହୋତ୍ସବ।

ବାଲିର ପାହାଡ ଉପରେ
ଏ ଯୋଉ ଘର
ତନଖି ନିଅ
ଭିତର ବାହାର
ସବୁ ସବୁ ତୁମର।

1

ସୂର୍ଯ୍ୟର ଚୁମ୍ୱନ
ପାଇ ସମୁଦ୍ର
ଦେଖ ଉଛୁଳୋଉଛି
ଖାଲି ହସ।

ଆଉ ସେ ହସରେ
ଯାଉଛି ଭାସି
ଘରଦ୍ୱାର ଲୋକବାକ।

ପବନ ଆଉ ପାଣି
ପୁଣି ଯାଇଛନ୍ତି ମିଶି।
ବର୍ଷତମାମ ଦେଖ
ଚାଲିଛି ନାଟ।

କିଏ କୋଉ ପଟ
କହିବା ମୁସ୍କିଲ
ଜୀବନ ଛଟପଟ।

2

ପାଇବ ଆଉ କାହିଁ?
ଆକାଶର ଆଦିଅନ୍ତ ନାହିଁ।

ଦେଖାଯାଉଛି ଯୋଉଟା
ନୁହଁ ତାହା ସେଇଟା।

ଜୟବିଜୟ ଦ୍ଵାରପାଳ
ପାଖାପାଖି କାଳବିକାଳ।

କମୁ ନାହିଁ ଫୁଲଫୁଟା
କମୁ ନାହିଁ ମାଟିଚଟା।

ଏ ନହେଲେ ବି ସେ
ଅଜବ ପକ୍ଷୀ ଦୂରଦେଶେ।

ଖୋଲା ମୈଦାନ କୋଉଠି?
ଗୀତ ନୃତ୍ୟ ସବୁଠି।

ଥରେ ଗଲେ ଉଡି
ଶାନ୍ତ ସବୁ ରଡି।

Tuesday, August 20, 2019
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success