ସାରା ଜୀବନ Whole Life Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସାରା ଜୀବନ Whole Life

Rating: 5.0

ସାରା ଜୀବନ ଚୋର ତସ୍କର ଚାକର
ରହି ଦାସତ୍ୱକୁ ବରି ନେଇଥିବା ଲୋକ
ସମ୍ମାନ ଲାଂଚ ଧନ ପଦ ପଦବୀର ଲୋଭ
ରଖିଛି ଯଦି ଏଥିରେ ନୂଆ କିଛି ନାହିଁ।

ସାରା ଜୀବନ ବିରାଟ ଆକାଶରେ ମୁକ୍ତ ପକ୍ଷୀ ହୋଇ
ଉଡି ଉଡି, ଧରିତ୍ରୀବକ୍ଷରେ ନିର୍ଭୟରେ ବିଚରଣ କରି କରି
ପବନ ଆଲୁଅ ପାଣିକୁ ସାଥୀ କରି ବୁଲିଥିବା ଲୋକ
ଯଦି ଶବ୍ଦ ଓ ଭାଷାରେ ସତ୍ୟ ଉଚ୍ଚାରଣ କରି
ଚହଲେଇ ଦେଇ ପାରିଛି ହୃଦୟ ନୂଆ କିଛି ନାହିଁ।

ନୂଆ କିଛି ନାହିଁ ଦେଖୁଛ ଯାହା, ଶୁଣୁଛ ଯାହା,
ନୂଆ ଅଛି ସମୟରେ ତୁମ ବୁଝିବାରେ ପ୍ରେମରେ
ନୂଆ ନୂଆ ସମୟରେ ନୂଆ ନୂଆ ହୃଦୟକୁ ହୃଦୟ ଯୋଡିବାରେ,
ନୂଆ ଅଛି ସତ୍ୟ ସିଦ୍ଧକୁ ପୁଣି ପୁଣି
ସ୍ଥାପିତ କରିବାରେ ଏଇ ମାଟି ମା ପାଖରେ।

Tuesday, March 13, 2018
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success