ମୋଦି ମୋଦି
ଗଜାନନ ମିଶ୍ର
ମୋଦି ଶବ୍ଦକୁ ନେଇ
ଏତେ ଈର୍ଷା!
ନୀଳଚକ୍ରନଗରର
ଅଟୋବାଲା କହିଲା
ସାର୍ ଆପଣ ମୋଦି ଭଳି
ଦିଶୁଛନ୍ତି!
ମିରଚା ମସଲା ଚା
ଦୋକାନୀ ନାରଣ କହିଲା
ଆପଣ ପୂରା ମୋଦି ଯେମିତି!
ସୁପ୍ରିମକୋର୍ଟର ଓକିଲ
ଅରୁଣ ଭରଦ୍ବାଜ କହିଲେ,
ସେଲଫି ନେବା, ଟିକିଏ
ପ୍ଲିଜ୍, ପୂରା ମୋଦିଜୀ!
ସତରେ ଛପନ ଇଂଚ
ଛାତିବାଲା ଭଳି
ଲାଗୁଛି କି!
ସହକର୍ମୀ ଓକିଲ
ଡମରୁ ଭାଇ କହିଲେ,
ସାର୍ ଦାଢି କାଟିବେ ନି!
ଆଉ ଆଜି ଦେବ ପରିଜା
କହିଲେ, ' ଏ ଭଦ୍ରବ୍ୟକ୍ତି
ମୋଦି ଭଳି ଦେଖାଯାନ୍ତି ତ,
ତେଣୁ ମୋଦିଙ୍କ ସାନ ଭାଇ
ଭାବୁଛନ୍ତି।' ଏବେ ଏବେ
ଡର ଲାଗୁଛି କେହି କୋଉଠି
କିଡନେପ୍ କରି ନେବ ନି ତ!
ଯାଉଥିଲା ଆସୁଥିଲାବେଳେ
ଛୁରୀ ଭୁଷି ଦେବ ନି ତ!
ବନ୍ଧୁକରୁ ଗୁଳି ଫୁଟେଇବ ନି ତ!
ବୋମା ଫିଙ୍ଗିବ ନି ତ ମୋ ଉପରକୁ!
କଣ ବି କରି ଦେଇପାରେ କିଏ
କେତେବେଳେ କିଏ ଜାଣେ!
ଯାହା କଲେ ବି ଜୟହିନ୍ଦ ଶୁଭିବ ଶୁଭୁଥିବ,
ଯାହା ହେଲେ ବି କାଶ୍ମୀରରୁ
କନ୍ୟାକୁମାରୀ ଏକ ଥିବ,
ଯାହା ଯିଏ କହିଲେ ବି
ମୋଦି ମୋଦି ସାରା ବିଶ୍ୱ
ସାରା ସମୟ ସଦା କହୁଥିବ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
19/11/2019
This poem has not been translated into any other language yet.
I would like to translate this poem
Great write on India and leaders