ଗୁଟ ମର୍ଣଂ, ଶୁଭ ସକାଳ, ଶୁଭ ସଂଧ୍ୟା,
ଜୁହାର, ମୁଡିଆ, ପ୍ରଣାମ, ନମସ୍କାର, ନମସ୍ତେ,
ବାଏ ବାଏ, ଟା ଟା, ନେଇଁ କର ନ ମୋର ବୁଆ,
ହେସବୁ ମତେ ଲାଗୁଛେ ବିଷ୍ ପିତା।
ମୋର ଜମି ପଡଲା ନ ପଡିଆ,
ଘର ଗଲା ନ ବୁଡି, ଏନ୍ତା
ଲଗେଇ ହେଇଛେଁ କନ୍ତରିଆ,
ଘିଚି ନଉଛନ୍ ବୁନ୍ଦେ ବୁନ୍ଦେ କରି
ସବୁ ରକତ୍, ଖେଲି ଖେଲେଇ ସଟ୍ଟା।
କହୁଛନ୍, ମର୍ ଶଲା,
ହଉ ଥା ଓଡିଆ ଓଡିଆ ଓଡିଆ!
ଓଡିଆ ବୁଡିଆ ନେଇଁ ଜାନି କେଁ ରେ ଛୁଆ?
ମାଏଝି ଭି ଆଏଜକାଏଲ ନେଇଁ ହେବାର ନ କଥା,
ବଝା, ବାଏବିଛୋ ହେଇ କାଁଜେ ଲେଖୁଛୁ କବିତା?
This poem has not been translated into any other language yet.
I would like to translate this poem
this poem is written in kosli language, kosli is an ancient language and is used in western parts of Odisha India.It is all about life and present time