କାହିଁ ଆଇଛୁ ତୁଇ?
ରଖୁଛୁ କାଣା ସାଏତି?
କିଏ ଆଏ ତୁଇ
ଜାନିଛୁ ଭାଏଲରେ ବୁଇ!
ଅଛେ କାଣା?
କାହାକେ କରୁଛୁ ଭଏ?
ପଚରଉଛୁ କାହାକେ
କିଏ ଜିଁଇଛେ?
ଘଡେ ଛୁମେକ୍
ଟାକି ଥା।
ଦେଖଲେ ନେଇଁ କହେବୁ
ସତ୍ ହେଟା।
କାଣା ଆଏ ଗା ତୁଇ?
ଭୁଜାଲିଆର ଚରପଟି!
ନେଇଁ କହିପାରେଁ ମୁଇଁ,
ଘୂରୁଛେଁ ଇତିତାହିଁ।
ଆଏବୁ ନ ଇ ଦୁଆରକେ
ଜାନିଛେଁ ନ,
ଧୁକାକେ କହେବୁ
ଠାବବୁ ନେଇଁ ଚକାଜହ୍ନ।
This poem has not been translated into any other language yet.
I would like to translate this poem