ଗୋଟେ ଝରକା
ଗଜାନନ ମିଶ୍ର
ଗୋଟେ ଝରକା ହୋଇ
ରହିବାକୁ ଚାହେଁ,
ଆଉ ଏଇ ଝରକା ବାଟେ
ଯାହା ଚାହଁ ତାହା
ଦେଖିପାର ତୁମେ।
ଏ ଅନ୍ଧାର ରାତି ତ
ରଖିଛି ସବୁ,
ଚାହିଁଲେ ଦିଶିବ ଏଠୁ
ରଙ୍ଗୀନ ଆଲୁଅ
ଏଇ ଜୀବନର।
ମନେରଖ ଯେ ନାହଁ,
ଅଛ ବୋଲି କହିଦେଲେ
ସନ୍ଦେହ ବଢିବ ସିନା
କମିବାର ନାହିଁ ଲେଶ ନାମ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
20/12/2019
This poem has not been translated into any other language yet.
I would like to translate this poem