ମୃତ୍ୟୁ ସହିତ With Death Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୃତ୍ୟୁ ସହିତ With Death

ମୃତ୍ୟୁ ସହିତ
ଗଜାନନ ମିଶ୍ର

ମୁଁ
ମୁଁ ନୁହଁ କଦାପି।
ମୁଁ
ମୁକ୍ତ ଆଉ
ସୁରକ୍ଷିତ!
ପଡୋଶୀମାନଙ୍କ ଗହଣରେ
ମୁଁ କେମିତି?
ମୁଁ
ମୁଁ ହିଁ।

ମୋଠି
ମୁଁ ନାହିଁ।
ଅଛି ମୁଁ
ଅଛି ପ୍ରକୃତି।
ମୋର ମୁଁ
ସ୍ୱପ୍ନ ପଛେ ପଛେ
ସକାଳରୁ ସଂଜ
ଆଉ ସଂଜରୁ ସକାଳ।

ଦେଖ
କରୁଛି କଣ କିଏ
ବଂଚୁଛି
ପ୍ରେମରେ ଘୃଣାରେ।
ବଂଚିବା ଦେଖ
ଆଉ ଶିଖ
ସମୟର କାରସାଦି।

ଦୂରରୁ
ଖୁବଦୂରରୁ
ସାଉଁଟି ନିଅ
ଜୀବନ।
ନିଜର କି
ଆଉ କାହାର
ପରଖିନିଅ।

କହୁଛି
ମତେ ମୁଁ
ଆଉ ତୁମେ
ଯାଇଛ ରହି
ଠିଆ ଠିଆ।
ଜୀବନ ସହିତ
ରହିଛି ମରିବା।
ଆଉ ମୁଁ
ବସିଛି ମିତ
ମୃତ୍ୟୁ ସହିତ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
13/03/2021

Friday, March 12, 2021
Topic(s) of this poem: death
POET'S NOTES ABOUT THE POEM
Language- odia. Official language of Odisha, India.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success