ଆସିଛି ଶବ୍ଦ ପ୍ରେମରେ With Love Come The Words Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆସିଛି ଶବ୍ଦ ପ୍ରେମରେ With Love Come The Words

Rating: 5.0

ଅଛି ମୁଁ,
ଅଛି ସମସ୍ତଙ୍କ ପାଇଁ,
ଅଛି ସବୁଠି।

ଅଛି ବିରି ହାଟରେ
ଚୋର ହୋଇ।
ଅଛି ମଲା ଜାଗାରେ
ମାଲଭାଇ ଯେମିତି।

ଯୁକ୍ତି ନାହିଁ କିଛି
ଆଉ ଅଛି
ପଥର ହୋଇ
ସତ୍ୟର ରାସ୍ତାରେ।

ଅଛି,
ନ କହି କିଛି
କାହାକୁ।

ଆସିଛି ଶବ୍ଦ ପ୍ରେମରେ।
ସିଝି ଯାଇଛି ଜୀବନ
ପ୍ରେସର କୁକର୍ ରେ।

ଯାଇଛି ମୁହଁ ବାଙ୍କେଇ
ଛଳନାରେ।

ହଲାପଟା କରି ନି ଅବଶ୍ୟ
କାହାକୁ ମୋ ନିଜ ସ୍ୱାର୍ଥ ପାଇଁ।

ମୋତେ ସମର୍ଥନ କରି
ଅଛନ୍ତି ସଭିଏଁ ଏଠି,
ଜାଣିଛି।

ଜାଣିଛି ଆଉ ବଂଚିଛି ବୋଲି କହୁଛି
ଉଡନ୍ତା ଶବ୍ଦର ପାଲରେ।

Friday, January 5, 2018
Topic(s) of this poem: love
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success