ଜାଣନ୍ତି ରାଜା
କିଏ ମୁଁ।
ଆଉ ହଜାଇ ଦିଅନ୍ତି
ନିଦ ଆଖିରୁ।
ରାଜା ଖାଆନ୍ତି
ସମୟ ଆଉ
ସମୟ ଖାଏ
ଏଠି ଅନ୍ୟକୁ।
ମୁଁ ନିଏ ନା ବିଶ୍ରାମ,
ଲାଗିଥାଏଁ ସଦା
ମାଟିର କାମରେ,
ମାତୃଭାଷାର କାମରେ।
ଆନନ୍ଦ ନିଏଁ ମୁଁ,
ସବୁରୁ ଆଉ ଥାଏଁ
ସ୍ଥିର ସବୁ ପରିବେଶରେ।
ଆଉ ଥାଏଁ
ଗୋଟେ ନାଁ ହୋଇ।
ନୁହଁ କମ୍ କୋଉଥିରେ,
ଆଉ ଥାଏଁ ଗୋଟେ
ଅଂଶ ହୋଇ ସବୁ ଭିତରେ।
ଅନୁଭୂତିକୁ ଧରି ବଢେଁ ଆଗକୁ
ଆରମ୍ଭ କରିବାକୁ
ପୁଣିଥରେ ସବୁ।
ଜୀବନ ଥାଏ
ଆଉ ମୁଁ ବଂଚିଥାଏଁ।
ନୂଆ ସବୁ ପୁରୁଣା ହେଉଥାଏ,
ପିଲାକବିଲାଙ୍କର ଇଚ୍ଛା ହେଉଥାଏ
ଆହୁରି ଯାଆନ୍ତେ ଭାବନାର
ସମୁଦ୍ର ଭିତରକୁ।
ନ ଥାନ୍ତି କେହି କାହାକୁ
ଦବେଇ ଦେବା ମତଲବରେ।
ବୁଡି ରହିଥାନ୍ତି ନିଜ ନିଜ
ଘରକରଣା ଭିତରେ।
ସମୟ ଥାଏ ମୁକ୍ତ,
ପବିତ୍ର ଟିପ୍ପଣୀ ଦେଉଥାଏ
ପଥରଚଢାଳୀର ଉଦ୍ଦେଶ୍ୟରେ।
ପଶ୍ଚିମର ସକାଳକୁ ଜାଣେ,
ଆଉ ଖେଳୁଥାଏ ସମୟ ସହିତ।
This poem has not been translated into any other language yet.
I would like to translate this poem