ସମୟ ସହିତ With Time Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସମୟ ସହିତ With Time

Rating: 5.0

ଜାଣନ୍ତି ରାଜା
କିଏ ମୁଁ।
ଆଉ ହଜାଇ ଦିଅନ୍ତି
ନିଦ ଆଖିରୁ।

ରାଜା ଖାଆନ୍ତି
ସମୟ ଆଉ
ସମୟ ଖାଏ
ଏଠି ଅନ୍ୟକୁ।

ମୁଁ ନିଏ ନା ବିଶ୍ରାମ,
ଲାଗିଥାଏଁ ସଦା
ମାଟିର କାମରେ,
ମାତୃଭାଷାର କାମରେ।

ଆନନ୍ଦ ନିଏଁ ମୁଁ,
ସବୁରୁ ଆଉ ଥାଏଁ
ସ୍ଥିର ସବୁ ପରିବେଶରେ।

ଆଉ ଥାଏଁ
ଗୋଟେ ନାଁ ହୋଇ।

ନୁହଁ କମ୍ କୋଉଥିରେ,
ଆଉ ଥାଏଁ ଗୋଟେ
ଅଂଶ ହୋଇ ସବୁ ଭିତରେ।

ଅନୁଭୂତିକୁ ଧରି ବଢେଁ ଆଗକୁ
ଆରମ୍ଭ କରିବାକୁ
ପୁଣିଥରେ ସବୁ।

ଜୀବନ ଥାଏ
ଆଉ ମୁଁ ବଂଚିଥାଏଁ।

ନୂଆ ସବୁ ପୁରୁଣା ହେଉଥାଏ,
ପିଲାକବିଲାଙ୍କର ଇଚ୍ଛା ହେଉଥାଏ
ଆହୁରି ଯାଆନ୍ତେ ଭାବନାର
ସମୁଦ୍ର ଭିତରକୁ।

ନ ଥାନ୍ତି କେହି କାହାକୁ
ଦବେଇ ଦେବା ମତଲବରେ।

ବୁଡି ରହିଥାନ୍ତି ନିଜ ନିଜ
ଘରକରଣା ଭିତରେ।

ସମୟ ଥାଏ ମୁକ୍ତ,
ପବିତ୍ର ଟିପ୍ପଣୀ ଦେଉଥାଏ
ପଥରଚଢାଳୀର ଉଦ୍ଦେଶ୍ୟରେ।

ପଶ୍ଚିମର ସକାଳକୁ ଜାଣେ,
ଆଉ ଖେଳୁଥାଏ ସମୟ ସହିତ।

Tuesday, May 15, 2018
Topic(s) of this poem: time
POET'S NOTES ABOUT THE POEM
Written in Odia language. Odia is the official language of Odisha, India.It is all the play of time and life together
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success