ଟାକ, ଟାକି ଥ, ହେନ
ଜହ୍ନକୁ ଯିବି ମୁଁ।
ଅଦିନିଆ ବର୍ଷାକୁ କହିବି
ଦେ ଆଉ ଥରେ ଭଲ ଭଲ ସବୁ।
ଖୋଜିବି ନିଜକୁ
ହୃଦୟର ଗଳିରେ ଗଳିରେ।
ଫୁଟୁଥିବା ଫୁଲର ଶେଜରେ
ବାରିନେବି ଜୀବନରମହୂୁ।
କହ, କହିଦିଅ
ଏଇଠି ଇ ଥିବି ପୁଣି
ଆଉ ଏକ ଦିନର ଅପେକ୍ଷାରେ।
ନାଚିବି, ଗାଇବି ଜୀବନ ଗୀତ
ଆଉ ଥିବି ତୁମ ସହିତ
ଏଇମିତି ଯୁଗକୁ ଯୁଗ।
This poem has not been translated into any other language yet.
I would like to translate this poem