ଜରାସନ୍ଧ
ଗଜାନନ ମିଶ୍ର
1
ଏଡେ ସହଜରେ
ଜରାସନ୍ଧ କଣ ମରିପାରେ?
ଜରାସନ୍ଧ ଥାଏ
ସଦା ଅନ୍ଧାରରେ
କୁ ପରାମର୍ଶ ଭିତରେ
ଆଉ ଅପର୍ଯ୍ୟାପ୍ତ
ଗାଳି ଦେଉଥାଏ
ଆଲୁଅକୁ।
ଆଲୁଅ ଥାଏ ସବୁଠି
ଆଉ ଥାଏ
ଥିବା କଥା ଯୋଉଠି।
ଦେଖିବା ଲୋକ ଦେଖେ
ଦେଖିଲେ ଦିଶେ
ଦିଶିଲେ ହସେ।
ହସ ପରି ହସ କେବେ
ହସି ନି ଜରାସନ୍ଧ।
ହସରେ ରସି ନ ଥିଲାବାଲା
ହସ ପରି ହସ
ହସନ୍ତା କେମିତି ବା!
ଜରାସନ୍ଧ
ଜରାସନ୍ଧ ହୋଇ ଥାଏ।
କୋଉଠି ନ ଥାଏ?
2
ଦୁଃଖ ଭୟ କୁହୁଡି କାକର
ଥରଥର ଦେହ ଅନ୍ଧାର ଅନ୍ଧାର ଘୋର
ଅଦ୍ଭୁତ ସମୟ ପ୍ରହାର ଖାଉଛି ନିଜକୁ ନିଜ ପୁର
ରସସାର ସଂସାର ଏଣେ
କେଣେ କାହାର ଅସ୍ଥି ମଜ୍ଜା ରୁଧିର!
3
"କେହି ନ ଦେଖେ କେଣେ ଗଲା
ଅଦଭୁତେ ଶବଦ ଶୁଭିଲା -"
3/19 ଜଗନ୍ନାଥ ଦାସ ଭାଗବତ
ତପୋବନ, ଟିଟିଲାଗଡ, ବଲାଙ୍ଗୀର
27/05/2020
This poem has not been translated into any other language yet.
I would like to translate this poem