ଶବ୍ଦକୁ ଦୂଷିତ Words Pollution Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଶବ୍ଦକୁ ଦୂଷିତ Words Pollution

Rating: 5.0

ଶୁଭ ସକାଳ, ଶୁଭ ରାତ୍ରୀ,
ଶୁଭ ଜନ୍ମଦିନ, ହାଏ, ବାଏ,
ଏ ସବୁ ଶୁଣି ଶୁଣି ସତରେ
ଲାଗିଲାଣି ବିରକ୍ତି।

ଥାଉ, ରଖି ଥ
ସେ ସବୁ ସାଇତି,
ହୁଏ ତ କାମରେ
ଆସିପାରେ ତୁମର।

ମୁଁ ନିତ୍ୟନୈମିତ୍ତିକ କର୍ମରେ
ରହୁଛି ବ୍ୟସ୍ତ।
ଯଦି କୌଣସି ଶବ୍ଦର
ପ୍ରତିଶବ୍ଦ ନ ଦେଇ ପାରିଲି
ଭୁଲ ବୁଝିବ ତୁମେ।

ଥାଉ, ଆଉ ବଢ ନି ଆଗକୁ।
ନାହିଁ ମୋର ମନ ସେଆଡକୁ।
ଭଲ କି ଖରାପ ସେସବୁ,
ଉତ୍ପତ୍ତି କାହାର କୋଉଠୁ
ଜାଣିବାର କି ନିଘା କରିବାର
ନାହିଁ ମୋର ଉଦ୍ଦେଶ୍ୟ ବି।

ଯାଅ, ତୁମ ବାଟରେ ତୁମେ,
ମତେ ମୋଠି ମୋରି ହାଲତ୍ ରେ ଛାଡି।
ପରବାୟ ନାହିଁ ମୋର କିଛି।

ଯୋଉଟା ଯେତେବେଳେ
ଅଛି ଘଟିବାର ଅବଶ୍ୟ ଘଟିବ,
ଅନ୍ୟଥା ପାରିବେ ନି କରି କେହି
ହୁଅନ୍ତୁ ପଛେ ହରି ବ୍ରହ୍ମା ଶିବ।

ଆଉ ସକାଳ ସନ୍ଧ୍ୟା ଶୁଭାଶୁଭ
ସେସବୁ କିଛି ନୁହେଁ ସତ୍ଯ ।
ଖାଲି କରିବା କଥା ଶବ୍ଦକୁ ଦୂଷିତ।

Wednesday, April 18, 2018
Topic(s) of this poem: words
POET'S NOTES ABOUT THE POEM
written inOdia language. Odia is the official language of Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success