ପୁରଥି ପେରେମ
ଗଜାନନ ମିଶ୍ର
ନେଇଁ ଭାବ କିଛୁ,
ଗୁଟେ ଆମେ,
ମାଏଟ ଗୁଟେ ଆମର୍,
ସୁରଜ ଦେବତା ଗୁଟେ,
ପବନ ଗୁଟେ ଅଉଛେ ଯଉଛେ,
ଆକାଶ ଗୁଟେ ଇନେ ଆମକେ
ରଖିଛେ ଢାପି କରି।
ନେଇଁ ଭାବ କିଛୁ,
ତୁମର ମା ମୋର ମା,
ତୁମର ପିଲାଛୁଆ
ମୋର ପିଲାଛୁଆ,
ତୁମର ମାଏଝି ମୋର ମାଏଝି,
ମୋର ମାଏଝି ବି ତୁମର
ନେଇଁ ସେ ନେଇଁ କହେବାର
ନେଇଁ କହିପାରବାର ଆରୁ।
ଆମେ ସଭେ ଗୁଟେ,
ଗୁଟେ ଜୀବନ ଗୁଟେ ମରନ
ଭିତରେ ଭାବ ଦିଆନିଆ,
ପେରମେ ବଁଧା,
କିଛୁ ନେଇଁ କେହେନସିନ ବାଧା।
ଆମରକାଜେ ଅଫିସର ଅମଲା,
ଆମରକାଜେ ଆଇନ ଅଦାଲତ,
ନେଇଁ ନ ପାତରଅନ୍ତର
ଆମର ଭିତରେ କିଛୁ।
ଆମେ ଗୁଟେ, ଗୁଟେ ଖାଏଦ,
ଗୁଟେ ପିଁଧନ, ଗୁଟେ ଘର ମାଏଝି,
ଯିଏ ଯାହାରଠାନେ ଯେନ୍ତା
ଯଉଛେ ଯଉ ରସି, ମାତରକ
ହେନେ ଥଉ ଅବଗା ହସଖୁସି।
ନେଇଁ ଭାବ କିଛୁ,
ମୋରଟା ତୁମରଟା ହେତାରଟା
ଇତାରଟା ନେଇଁ ଭାବ କିଛୁ।
କେନଟା କିଏ ଯିବା କେଁ ନେଇକରି
ଗଲାବେଲକେ? କିଏ କାହାର
ପଛେ ପଛେ ଯଉନ ଯଉନ
ଯଉଛେ କେତେଦୂର୍ କେନତକ୍?
ପୁରଥି ପେରେମ୍,
ଏକାକାର ସଭେ ଇନେ
ଇହାଛିନି, ନେଇଁ ଭାବ କିଛୁ।
ଜାଏତ୍ ପାଏତ୍ ଧରମ୍ କରମ୍
ବରନ ନେଇଁ ଧର ନ ଆରୁ।
ହେଲେ, ଯିଏ ଯାହାକେ
ଯେନ୍ତା ପାରୁଛେ ନେଇଁ ପିଟୁ,
ନେଇଁ ଭୁଷୁ, ନେଇଁ କାଟୁ, ନେଇଁ ମାରୁ।
ବଁଚୁ ଆରୁ ଦୁସରାକେ
ବଁଚବାରକେ ଦଉ, ଭଲ ପଉ,
ପେରେମ ଦଉ, ଜନକର କାଜେ
ଆରଜନହେ ପିରତି ରଖୁ।
ଭଲେ ଭଲେ ସକାଲ ଯଉ
ସଁଜ ଆସୁ, ରାଏତ ନିଥରୁ।
ସର୍ବସ୍ୱତ୍ୱ- ଗଜାନନ ମିଶ୍ର
ତପୋବନ, ଟିଟିଲାଗଡ, ବଲାଙ୍ଗିର
30/9/2018
This poem has not been translated into any other language yet.
I would like to translate this poem