ଅଛି ଧୈର୍ଯ୍ୟ! Would You Have Patience! Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅଛି ଧୈର୍ଯ୍ୟ! Would You Have Patience!

ମୁଡତୁପୁ ମକାରୁ
ଗଜାନନ ମିଶ୍ର

ହଁ,
ମାନି ନେଉଛି
ମୁଡତୁପୁ ମକାରୁ
ମୋର ଦେବତା।
କବିମାନଙ୍କୁ ବି
କହି ରଖୁଛି
ମୁଡ ଅଛି ଯଦି
ଦିଅ ତୁପି।
ଆଉ ବଜାଅ
ଶଙ୍ଖ ଘଣ୍ଟ ଗିନି
ଶବ୍ଦରେ
କିଛି କୁହ ନି।
ଯାଇ ପାର
ଶବ୍ଦର ପାଖାପାଖି
କାହାକୁ ମନା ନାଇଁ।
କହିପାର ତୁମ କଥା
ବୁଲେଇବଙ୍କେଇ।
ଆଉ ରହୁଛି ଯଦି
ଅବ୍ୟକ୍ତ ଡାଏରୀରେ
ଲେଖିପାର ଛିନ୍ନମସ୍ତା
ହେଲ କେମିତି।
ଶୟନେ ସ୍ୱପନେ ଜାଗରଣେ
ନିଜ ଡେଣା ସଜାଇ ସଜାଇ
ମାପିପାର ଆକାଶ
ନିଜ ଫୁଙ୍ଗୁଳା ଦେହକୁ
ନଚାଇ ନଚାଇ।
ଗାଁକୁ ଗାଁ ଯିବାଲୋକ ତୁମେ
ଯାଯାବର
ଯାହାକୁ ନାଇଁ ଜଣା
ନିଜର ଇ ଗତିବିଧି
ଯିଏ ସଦାସର୍ବଦା
କାଟି ଚାଲିଛି
ନିଜର ସବୁକିଛି।
ଆଉ ଜଣ ଜଣକରି
କହିଚାଲିଛି କୋଉ
ଜମାନାରେ କିଏ ଅଛି
ମର୍ଦଙ୍ଗା ସାଗ ଖାଇ ଖାଇ।
ଏଇଠି ହତବାକ୍ କବି,
କଣ କହୁ କହୁ
କଣ କହିଦେଉଛି
କଣ ହେଉ ହେଉ
କଣ ଘଟିଯାଉଛି
କିଏ ଯାଉ ଯାଉ
କୋଉଠି ଲଟକି ରହୁଛି
ଉପକାର ଅପକାର ସବୁ ଭୁଲି।
ଏ ଦଲାଲ ଠିକାଦାର
ଲାଭଖୋର ଜୁଆଡି ଗଂଜୋଡଙ୍କର
ଭିତିରିଆ ଓଡଶ ମୂଷାଙ୍କର
କଳାକାରନାମାର
ହୁଏ ନା ଇତି।
ମୁଡତୁପୁ ମକାରୁ
ମୁଣ୍ଡଟେକି କହେ
ଆଉ ଯାହାଯେତେ
ଅଛି ଧୈର୍ଯ୍ୟ ଶୁଣିବ
କାହା ପାଖରେ!

ତପୋବନ, ଟିଟିଲାଗଡ, ବଲାଙ୍ଗୀର
11/01/2021

POET'S NOTES ABOUT THE POEM
Only patience count here. The poem is written in odia language.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success