କାଁ କରୁଛ ବଲି କେତେ ପଚରଉଛ,
କବିତାଟେ ଲେଖୁଛେଁ ଦେଖୁଛ ତ!
କବିତା କାଁ କାଜେ ଲେଖୁଛ,
ନେଇଁ ପଚରାବାରଟା ବନେ ଆଏ।
ଜାନିଛ ତ, ନେଇଁ ଭାବଲେ,
ଆରୁ ଭାବନାର କେଁ ହାତଗୋଡ,
ଭାବନାକେ ଥାପନା
କରବାରକେ ପଡସି ରଁଗେ
ରସେ ଗାରେ ଅଖରେ
କବିତାଥି, ଆରୁ ଦେଖବାରକେ
ପଡସି ଜୀବନ, ହେଥିରକାଜେ
କହେବାରକେ ପଡସି
ଭାବକେ ଛାଡିକରି
ନେଇଁ ହୁଏ ବଁଚି କେତେବେଲେ।
ଆରୁ ବଁଚବାରଟା କାଡା ଆଏ,
ଇ ମଲାଗଲା ଦୁନିଆରେ ।
ବଁଚବାରଟା କାଣା ଆଏ
ଜାନବାରକାଜେ ଜନାବାରକାଜେ
କବିତା ଆଏସି ପାଖକେ ପାଖକେ
ଜିବାରକେ ପଡସି ଭି ମକେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
This poem has not been translated into any other language yet.
I would like to translate this poem