ଛେର୍ ଛେରା
ଗଜାନନ ମିଶ୍ର
ନେଇଁ ସୁନାଜିବାର
ସକାଲର ପହଁପହଁନୁ
ଛେର୍ ଛେରା
ଇ ଘରର ବୁଢି
କାହିଁଗଲା!
ପୁସପୁନି ବଢେ ତିହାର୍,
ସରକାର ସଲା
ଅଁଧା ଆରୁ ଭଏଁରା,
ଲୁକର ଭାସା ପାସରିଲା,
ଇସକୁଲେ ନେଇଁ ପିଲା
ପାଠ କେନ ପଢଲା!
ମଦ ପି, ଦେ ଭୋଟ,
ଟଁକାକିଆ ଚଉଲ
ପାଁଚଟଁକିଆ ଡାଲମାଭାତ
ଖା ପୁତା ଆରୁ
ମାର୍ କପାଲେ ହାତ୍।
ମା ମାଏଟ
ପୁଡୁ କି ଉଜଡୁ
କେଁ ଜଉଛେ କାହାର!
ପୁସପୁନି ବଢେ ତିହାର୍
କଁସରଜା ବଁସବୁଡା
ନିଏନିକତିର ଦେଉଲ।
ଜା ବୁଆ ଜା
ବରସ ପୁରଲା
ଧାନ ନପା
ମାସରି ସଁଗେ
ନେଇକରି ଜା
ପାରୁଛୁ ଜେନଟା।
ପୁସପୁନି ମଡାପିଠା
ଖା ଆରୁ ଥା
ତୁଇ ତୋର ରଜା!
ତପୋବନ, ଟିଟିଲାଗଡ, ବଲାଙ୍ଗିର
10/01/2020
This poem has not been translated into any other language yet.
I would like to translate this poem