ତୁମେ ଜାଣ ନୁହଁ କିଛି ଭ୍ରମ You Know Nothing Is Illusion Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ତୁମେ ଜାଣ ନୁହଁ କିଛି ଭ୍ରମ You Know Nothing Is Illusion

Rating: 5.0

ସଜଡା
ଗଜାନନ ମିଶ୍ର

ମୁଁ, ହଁ ମୁଁ
ଏ ସବୁର କାରଣ।
ମୋର ଆଶାର
ମୋର ସ୍ୱପ୍ନର
କାରଣ ବି ମୁଁ।
ଆଶା ନିରାଶା
ସ୍ୱପ୍ନ ବାସ୍ତବ
ସବୁ ସବୁ ପ୍ରକୃତିର
ବିକାର ଆଉ ମୁଁ
ଏଇଟା ଜାଣି ବି
ଥିଲି ଉଡାଣଖୋର।
ପବନକୁ
ଛାଇଆଲୁଅକୁ
ନ ପରଖି
ଉଡାଣମାରିବାର
ଥିଲା କି?
ମୋ ସ୍ଥିତି ଯୋଉଠି
ମୁଁ ତ ସେଇଠି।
ଅସହ୍ଯ ଅନୁଭବ
ପୁଣି କେମିତି!
କଣ ଥିଲା
କଣ ଗଲା
କଣ ରହିଲା
ମୁଁ ନୁହଁ ହିସାବୀ
କାହାକୁ ମାଗିବି!
ଜାଣେ, ଯାହା ମୋର
ତାହା ତୁମର,
ଆଉ କୌଣସିଥିରେ
ମୋର ନାଇଁ ଅଧିକାର।
ଜାଣେ, ମୁଁ
ମୁଁ ନୁହଁ।
ନୁହଁ ନୁହଁ ବୋଲୁ ବୋଲୁ
ବିଗିଡି ଯାଉଛି ରାମାୟଣ।
ବିଗିଡା ଭିତରେ
ସବୁ ରହିଛି ସଜଡା
ମୁଁ ଜାଣେ କି ନ ଜାଣେ
ମତେ ଅଜଣା,
ଖୁସି ଆଉ ନିଶ୍ଚିନ୍ତ ମୁଁ
ସବୁ ସବୁ
ତୁମେ ଇ ଜାଣ
ଆଉ ଏଥିରେ
ନୁହଁ କିଛି ଭ୍ରମ।

ତପୋବନ, ଟିଟିଲାଗଡ,ବଲାଙ୍ଗୀର
02/08/2020

Wednesday, September 2, 2020
Topic(s) of this poem: truth
POET'S NOTES ABOUT THE POEM
Language - odia,odia is the official language of Odisha, India.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success