ଓଁ ଶ୍ରୀ ଗଣେଶ Poem by Dr. Sada Bihari Sahu

ଓଁ ଶ୍ରୀ ଗଣେଶ

Rating: 5.0

ହେ ଗଣପତି, ହେ ଗଜାନନଆଜି ପରା ତୁମ ଜନ୍ମଦିନ
ଶ୍ରଦ୍ଧାର ସହିତ କରୁ ବିନୟ ଦିଅ ତୁମ ଦରଶନ
ଆବାଳ ବୃଦ୍ଧ ବନୀତାକରନ୍ତିତୁମଜଣାଣ
ଚାତକ ପରି ଚାହିଛନ୍ତିପାଇବାକୁତୁମ ଦର୍ଶନ
ତୃପ୍ତି ହେବ ତାଙ୍କ ଶୋଷପାଇତୁମ ଦରଶନ
ହେ ଗଣପତି, ହେ ଗଜାନନଆଜି ପରା ତୁମ ଜନ୍ମଦିନ

ହେ ଗଣପତି, ହେ ଗଜାନନ କଲେ ନାମ ତୁମ ଉଚ୍ଚାରଣ
ନିର୍ଭୀଘ୍ଣରେ ପୂର୍ଣ ହୁଏ ସବୁ ଆମ କର୍ମମାନ
ଆଉ ରୋଗ, ଶୋକ ହୁଏ ସବୁ ନିବାରଣ
ବିଦ୍ୟା, ବୁଦ୍ଧି ପୁରି ଉଠେ କଲେ ନାମ ତୁମ ଚିନ୍ତନ
ଗୁହାରି ଶୁଣ ଥରେ ଆମରି ହେ ଗଣପତି, ହେ ଗଜାନନ
ଦେଇ ତୁମ ଦରଶନ

ହେ ପାର୍ବତୀ ନନ୍ଦନ, ତୁମେ ପରା ଦେବତାଙ୍କ ମଧେ ଶ୍ରେଷ୍ଠ
ଆସିବାକୁ କାହିଁ ଆଜି କଷ୍ଟ
ଜୟ ଜୟ ଗାନ ହୁଏ ତୁମ ସ୍ଵର୍ଗ, ମର୍ତେ, ପୃଥିବୀ ପୃଷ୍ଠ
ପାଛୋଟି ନେବାକୁ ଆଜି ଭକ୍ତଗଣଙ୍କର ଭେଟ
ମଣ୍ଡିତ ଆଜି ପୂଜା ମଣ୍ଡପ
କମ୍ପୁଛି ଆଜି ଗଳି, କନ୍ଦି, ଆଉ ସହରମାନ
ଶୁଣି ଭକ୍ତଙ୍କ ହୁଳ ହୁଳି, ଶଙ୍କିର୍ତନ
ଶୀଘ୍ର ଆସ ହେ ମୂଷିକ ବାହନ
ଧର୍ଯ୍ୟହରା ହୁଅନ୍ତିଆଜି ଭକ୍ତଗଣ ନ ପାଇ ତୁମ ଦର୍ଶନ
ହେ ଗଣପତି, ହେ ଗଜାନନ ଆଜି ପରା ତୁମ ଜନ୍ମଦିନ

ଦୁବ, ପୁଷ୍ପ ମାଳହେଲେଣି ଅତି ଆତୁର
ଗଡି ଯାଉଛି ଶୁଭଲଗ୍ନହେଉ ତମ ଆଗମନ
ନକରଆଉ ବିଳମ୍ବଦିଅ ତୁମ ଦରଶନ
ହେ ଗଣପତି, ଗଜାନନ ଆଜି ପରା ତୁମ ଜନ୍ମଦିନ

ଲଡୁ ଓ ମୁଦକ ପରା ଅଟେ ଆପଣଙ୍କପ୍ରିୟ
ସେବନ କରି ତାକୁ ପୂର୍ଣକର ତାଙ୍କ ଅଭିପ୍ରାୟ
ହେ ବକ୍ରତୁଣ୍ଡ, ଆର୍ଶୀବାଦ ରହୁ ତୁମ ଆମ ପାସେ ଦିନ ବର୍ଷ ମାସ
ମାନୁ ଥାଉ ତୁମ ପର୍ବ ଏମିତି ଯୁଗେ ଯୁଗେଥାଇ ଆସ୍ଥା ଓ ବିଶ୍ଵାସ
ହେ ଗଣପତି, ହେ ଗଜାନନ ଶୀଘ୍ର ଆମ ଗହଣରେ ଆସ
ହେ ଗଣପତି, ହେ ଗଜାନନ ଶୀଘ୍ର ଆମ ଗହଣରେ ଆସ

Thursday, January 4, 2018
Topic(s) of this poem: god
POET'S NOTES ABOUT THE POEM
Poem is in Odia language and talk about Hindu God Shri Ganesh (God of Knowledge)
COMMENTS OF THE POEM
Dr Dillip K Swain 05 January 2018

ହେ ଗଣପତି, ହେ ଗଜାନନ କଲେ ନାମ ତୁମ ଉଚ୍ଚାରଣ ନିର୍ଭୀଘ୍ଣରେ ପୂର୍ଣ ହୁଏ ସବୁ ଆମ କର୍ମମାନ ଆଉ ରୋଗ, ଶୋକ ହୁଏ ସବୁ ନିବାରଣ ବିଦ୍ୟା, ବୁଦ୍ଧି ପୁରି ଉଠେ କଲେ ନାମ ତୁମ ଚିନ୍ତନ ଗୁହାରି ଶୁଣ ଥରେ ଆମରି ହେ ଗଣପତି, ହେ ଗଜାନନ ଦେଇ ତୁମ ଦରଶନ -This prayer to Lord Ganesh ensures peace of mind! Thanks for sharing...10

0 0 Reply
READ THIS POEM IN OTHER LANGUAGES
Close
Error Success