ନିର୍ବୋଧ
ମୂଳ ଇଂରାଜୀ ରଚନା: ବିଷ୍ନୁପଦ ସେଠୀ
ଅନୁସୃଜନ: ବାସୁଦେବ ସୁନାନୀ
ମଧ୍ଯ ରାତ୍ରିର ବେଳା
ଦୁଆର ବଂଦ ଥିଲା
ଆଖେ ପାଖେ କେହି ନଥିଲେ
ଚାରିଆଡେ ନୀରବତା ଇଁ ରାଜୁତି କରୁଥିଲା
ଠିକ୍ ଏଇବେଳେ ଲାଗିଲା
କେହିଜଣେ ଭିଡି ଧରୁଛି,
ମୁଁ ଅସ୍ତବ୍ଯସ୍ତ ହେଇ ପଡୁଛି,
ମୁକ୍ତି ଖୋଜୁଛି
ମୋତେ ଜଡ ପ୍ରାଏ ଲାଗୁଥିଲା
ନିଃଶ୍ବାସ ନେବାକୁ ଇଚ୍ଛା ହେଉଥିଲା
ଅଥଚ ଛାଟିପିଟି ହେଇ
ମୋର ଶେଷତମ ଉଦ୍ଯମ ସତ୍ବେ
ସିଏ ମୋତେ ଛାଡୁ ନ ଥିଲା ।
ଭାବୁଥିଲି
କେହିଜଣେ ଦୌଡି ଆସି
ମୋତେ ଏଇ ମୁହୂର୍ତରେ
ସାହାଯ୍ୟ କରନ୍ତା କି?
ହେଲେ ମୋର ପାଟି ଫିଟୁ ନଥିଲା
ଝାଳନାଳ ହେଇ ଥରିଥରି
ଅଣନିଃଶ୍ବାସୀ ଚିନ୍ତା କରୁଥିଲି
ହୁଏତ ମୋର ଅନ୍ତିମ ସମୟ ଆସିଗଲା
ଯେବେ ହଠାତ ଉଠି ପଡିଲି ତ'
ଆଖପାଖରେ କେହି ନଥିଲେ,
ଏକ ଭୟାତୁର ଛିନାଛିନା ଭାବ
ଚାରିଆଡେ ଛାଇ ଯାଇ ଥିଲା ।
ଏଇଟା କ'ଣ?
ସିଏ କିଏ ଥିଲା?
ଆରେ! ଏଟା କଣ ବାସ୍ତବ ହେଇପାରେ!
ମୁଁ ଏକ ଭୟଂକର ଭୂତ, ପିଶାଚର
ସାମ୍ନା କରିବାକୁ ଯାଉନି ତ'?
ମୋର ଭିତରେ ଛପିଥିବା
ପୁଂଜିଭୁତ ଦୁଃଖମାନଂକର ଭୟ
ଗୋଡାଉ ନି ତ'?
ଆଛା!
ମୋର ଭୟ ବା କ'ଣ ହୋଇ ପାରେ?
ପ୍ରିୟତମ ଲୋକକୁ ହରେଇବା?
ଚାକିରି, ଖାଦ୍ଯ ବା
ଆବଶ୍ଯକତା ସବୁକୁ ହରେଇବା?
ଖ୍ଯାତି, ସମ୍ମାନ, ସ୍ବାଧିନତା
ଜୀବନ, ଯୌବନ, ଶରୀର
ବା ଆଉ କିଛି ମୂଲ୍ଯବାନ ପଦର୍ଥ
ଯାହାକୁ ମୁଁ ଠିକ୍ ଠିକ୍ ଜାଣିନି
ତାକୁ ହରେଇବାର ଭୟ?
ଭାବି ହେଲି:
କ'ଣ ହେବ ସେତେବେଳର ଅବସ୍ଥା
ଯେବେ ମୋ ପାଖରେ
କିଛି ବୋଲି କିଛି ନ ଥିବ!
ନା ଥିବ ଶରୀର
ନା ଥିବ ପଦବୀ
ଯଦି ଏ ସବୁ ସଂପୂର୍ଣ ବିଲିନ ହୋଇଯାଇ ଥିବ
ପାଉଁଶରେ!
ସେତେବେଳେ ବି କ'ଣ
ମୁଁ ଏମିତି ଭୟ କରୁଥିବି! !
ଛେଃ!
ମୁଁ ନିର୍ବୋଧ ଟିଏ
ମୁହୂର୍ତେ ପୂର୍ବରୁ ବଂଧନରେ ଥିଲି,
ଏକ ଦେହାତୀତ ବଂଧନ ଭିତରେ,
ଏକ ଗଭୀର ନିଦରେ ।
This poem has not been translated into any other language yet.
I would like to translate this poem