ଚୋର ଆଉ
ଗଦ୍ଦାରଙ୍କ ଆଡ୍ଡା
ଏଇ ଜାଗା।
ମାଙ୍କଡମାନେ ବି
କମ୍ ନୁହନ୍ତି ଏଠି!
ମଣିଷଖିଆ ବାଘ ବି
ଝାଂପ ମାରିପାରେ
ଅଚାନକ କେତେବେଳେ!
କିଛି ବି ମନେ
ରହି ନ ପାରେ
ଆଉ ଚୁକ୍ତି ବାତିଲ
ହୋଇପାରେ ଆଉ ସବୁ କିଛି
ଓଲଟପାଲଟ ହୋଇ ଯାଇପାରେ
ଦେଖୁ ଦେଖୁ ଏଠାରେ!
This poem has not been translated into any other language yet.
I would like to translate this poem
You have so nicely captured the present life through the monkies and tigers. Beautiful poem in odiya language. Thank you for sharing sir.