ଅଭିନନ୍ଦନ Poem by Dr. Sada Bihari Sahu

ଅଭିନନ୍ଦନ

Rating: 5.0

ଏଠି ମନା ଚିତ୍କାର କରିବା
ହଟ୍ଟୋଗୋଳ କିମ୍ବା କଳି ଓ ଝଗଡା
ଅନ୍ୟ କୁ ଈର୍ଷା ଅବା ଅହଂକାର କରିବା
ଅକାରଣେ ଉପଦେଶ ଅବା ମନ୍ତ୍ରଣା ଦେବା
ସମସ୍ତେ ଆଜି ଜାଗୃତ
ଉଠ, ସମସ୍ତେ ମିଶି ଏକ ନୂଆ ବାଟ ଖୋଜିବା
ଯେଉଁଠି ଥିବ ଏକ ଶାନ୍ତ ପରିବେଶ
ସମସ୍ତଙ୍କ ପାଇଁ ନିଜସ୍ଵ ସମାନ୍ନ ଓ ଭଲ ପାଇବା
ପ୍ରକୃତି ସଙ୍ଗେ ଘୋଳି ମିଶି ଯିବାର କାହାଣୀ
ନିଜେ ଜୀଇଁ ଅନ୍ୟକୁ ଜୀଆଁ ଇବା ପ୍ରଣାଳୀ
ଭୟ କରନି, ଆଗକୁ ମାଡିଚାଲ
ଅନ୍ଧାରର ପରଦା ଭିତରୁ
ଛିଡା ହେଇ ସୂର୍ଯ୍ୟ ଅପେକ୍ଷା କରିଛନ୍ତି
ତୁମକୁ ଅଭିନନ୍ଦନକରିବା ପାଇଁ

Tuesday, December 5, 2017
Topic(s) of this poem: welcome
POET'S NOTES ABOUT THE POEM
This is a poem in Odia language.
COMMENTS OF THE POEM
Dr Dillip K Swain 05 January 2018

ଏଠି ମନା ଚିତ୍କାର କରିବା ହଟ୍ଟୋଗୋଳ କିମ୍ବା କଳି ଓ ଝଗଡା ଅନ୍ୟ କୁ ଈର୍ଷା ଅବା ଅହଂକାର କରିବା ଅକାରଣେ ଉପଦେଶ ଅବା ମନ୍ତ୍ରଣା ଦେବା -Welcome! beautifully written my dear friend Sada! .........10

0 0 Reply
Gajanan Mishra 05 December 2017

avinandan, the best, I welcome you to PH

1 0 Reply
Sada Bihari Sahu 06 December 2017

Dhanyabad Agyaan for your nice comments and for your welcome.

0 0
READ THIS POEM IN OTHER LANGUAGES
Close
Error Success