Tuesday, May 28, 2019
ମୋ ଆଖି
ଆଜି ଏଇ ନିଝୁମ
ଝଡ ବରଷାର ରାତିଟାକୁ
ଲୋଟେଇଦେଇଛି
ତୋ ବିଛାହୋଇଥିବା
ପଣତ କାନିରେ
ଅପଲକ ନେତ୍ରମୋର
ଚାହିଁଛି
ଅଲରା କେଶରାଶିର ସନ୍ଧିରେ
ଝାଳେଇ ମୁଜି ପଡି ଥିବା
ତୋ ଦୁଇ ଆଖି ଅଭ୍ୟନ୍ତରକୁ
ବୋହିଚାଲି ଥିବା
ଅନନ୍ତ ସ୍ୱପ୍ନର ଗଙ୍ଗାକୁ I
Bichitra Anand
Topic(s) of this poem: night