ବିଧବା ବେଦନା Poem by Suman Kumar Das

ବିଧବା ବେଦନା

ଅବଚେତନ ମନର ଅବସ୍ଥିତି ଖୋଜୁ ଖୋଜୁ
ହଠାତ ଦେଖା ହେଲା ତୁମ ସାଥେ.
ମୋ ଅଡୁଆ କବରୀରେ ହାତ ବୁଲାଇ
ପଚାରିଲ ‘କେମିତି ଅଛ ତମେ? '.

ବିବାହର ଅଠର ଦିନେ ଝରିଥିଲା
ଯେଉଁ ଅଶୃଧାରା ତୁମ ବିୟୋଗରେ,
ଆଜି ତାହା ଅଠର ବରଷ ପରେ
ସାଗର ପାଲଟିଛି ମୋ ଛାତି ଭିତରେ.

ସିନ୍ଦୂର ପିନ୍ଧି ସାଜିଥିଲି ଝିଅରୁ ବୋହୂ
ଖାସ ତୁମରି ପାଇଁ.
ହେଲେ କାଳ ଦାଉ ସାଜିଲା,
ନକ୍ସଲ ଗୁଳି ଶିକାର କଲା ତୁମକୁ
ଆଉ ମୁଁ ହେଲି ବିଧବା.

ଡାହାଣୀ, ସ୍ବାମୀକୁ ଖାଇଛି.......
ଏମିତି କେତେ ନିନ୍ଦା ଅପବାଦ.
ପ୍ରାଣ ହାରିବାକୁ ଭାବିଛି ଅନେକଥର
ହେଲେ ପାରିନି, ବିବେକ ଅଟକେଇଛି ମୋତେ,
ମୋ ଭିତରେ ଥିବା ନିଷ୍ପାପ ଜୀବନଟିକୁ
ପୃଥିବୀରେ ଠିକଣାଟିଏ ଦେବା ପାଇଁ.
ଆଉ ଅଲୋଡା ଜୀବନ କାଟୁଛି ଏବେ
ତୁମ ଅଲିଭା ସ୍ମୃତି ଭାଳି ଭାଳି.

Monday, July 7, 2014
Topic(s) of this poem: widow
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success