ଧାନଫୁଲ
ଗଜାନନ ମିଶ୍ର
ଯଉଛେ ମହକି
ଇଖୁତୁ ସେ ଖୁତ୍।
ହେନୁ ଦେଖ
କେଡେ ଛୁଟିଆ
ପରଜାପତିଟେ
କେଡେ ସୁନ୍ଦରଭାବେ
ସଲଖଉଛେ
ଅପନାର ଦେହେକେ।
କେନ ଭାଷାରେ
କାଣା କହେମି
ଆଦିଅନ୍ତ ନାଇଁ ମିଲୁଛେ।
କିଛୁ ନାଇଁ ଖାଏଲେ ଭି
ପୂରି ଜଉଛେ ପେଟ।
ଆରାମ ଲାଗୁଛେ
ମହକିଆ ଧୁକା
ଏତକିବେଲକେ।
ସକାଲ କି ସଁଜ
କହ ତ ଦେଖସିଁ।
ଫୁଟି ଉଠୁଛେ
କଁଅଲିଆ ଶୀତେ
ହସି କେରେ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
09/11/2020
This poem has not been translated into any other language yet.
I would like to translate this poem
କାଣା କହେମି ଆଦିଅନ୍ତ ନାଇଁ ମିଲୁଛେ। କିଛୁ ନାଇଁ ଖାଏଲେ ଭି ପୂରି ଜଉଛେ ପେଟ। ଆରାମ ଲାଗୁଛେ ମହକିଆ ଧୁକା ଏତକିବେଲକେ।... impressive expression. Lekha bagir lekha te, manba ke padba agyan. Beautiful.