ସବୁ ସିଂହମାନେ
ଶୃଗାଳ ହୋଇଗଲେଣି ଏବେ,
ଆଉ ସବୁ ବାଘମାନେ କୁକୁର।
ମଣିଷମାନେ ସବୁ ମାଈ,
ହଇହଲ୍ଲାରେ ବ୍ୟସ୍ତ
କିଂଚିତ କଥାକୁ ନେଇ।
ପୋଥିପୁରାଣ ସବୁ ଛାଡି
ହାଟରେ ବାଂଟୁଛନ୍ତି ବ୍ରହଜ୍ଞାନ
ଆଉ ନାଚୁଛନ୍ତି ତାକ୍ ଧେଇଧେଇ।
ଗଲେଣି ଭୁଲି
ଯେ ଯାହାର ବାଡିବୃତ୍ତି,
ଖାତିର ନାହିଁ କୀର୍ତିଅପକୀର୍ତି।
ମାୟାପ୍ରକୃତିରେ ଦିଗବାଗ ହରାଇ
ଅନ୍ଧାରରେ ଯିଏ ଯୋଉଠି।
This poem has not been translated into any other language yet.
I would like to translate this poem
This is an amazing and thought provoking Odia poem. All should find their own destination. Getting power of lion within is great....10