ସତସତିକା
ଗଜାନନ ମିଶ୍ର
କହି ନ ଥାନ୍ତି
ଯଦି ରାତି ସାଢେ ଦଶଟାରେ
ଫୋନର ରିଂ ବାଜି ନ ଥାନ୍ତା
ଆଉ ମୋ ନିଦ ଭାଙ୍ଗି ନ ଥାନ୍ତା!
ମୋ ନିଦ ଯଦି ଭାଙ୍ଗି ନ ଥାନ୍ତା
ମୁଁ ତ କିଛି ବି ପାରି ନ ଥାନ୍ତି ଜାଣି
କେତେ କଣ କୋଉଠି ଉପରତଳ
ହେଉଛି ଆଉ ସବୁ କଣ ପାଇଁ!
କଣ ପାଇଁ ଦେଶୀଚଟିଆ ରହିଛି ବସି,
କଣ ପାଇଁ ପାହାଡ ଖୋଳ ଭିତରୁ
ବାଘ ସାପ ବାହାରି ଏକା ସାଙ୍ଗରେ
ବୁଲୁଛନ୍ତି ପଡିଆ ସାରା!
କହିଥାନ୍ତି ସମସ୍ତଙ୍କୁ ଆଇଶାନୀର
ପଢା ଅବହେଳାର କାରଣ,
କହିଥାନ୍ତି ସଙ୍ଗୀତଶିକ୍ଷା ନ ହୋଇ
ପାରିବାର କଟକଣା ଖୋଦ ରାଜଧାନୀରେ!
ଏଇଟା ରାଜଧାନୀ ଆଉ ଏଠି
ପଡୋଶୀ ପଡୋଶୀକୁ ଜାଣେ ନାଇଁ ।
ସତସତିକା ବନ୍ଧୁକଗୁଡାକ ଏଠି
ଖେଳନା ଭଳି ସଭିଙ୍କ ହାତରେ
ନିର୍ଭୟରେ ଚାଲବୁଲ ହେଉଥାନ୍ତି
ଆଉ ଅସ୍ଥିର କରୁଥାନ୍ତି ମନକୁ ପ୍ରାଣକୁ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
3/8/2019
This poem has not been translated into any other language yet.
I would like to translate this poem
ଏଇଟା ରାଜଧାନୀ ଆଉ ଏଠି ପଡୋଶୀ ପଡୋଶୀକୁ ଜାଣେ ନାଇଁ । ସତସତିକା ବନ୍ଧୁକଗୁଡାକ ଏଠି ଖେଳନା ଭଳି ସଭିଙ୍କ ହାତରେ ନିର୍ଭୟରେ ଚାଲବୁଲ ହେଉଥାନ୍ତି ଆଉ ଅସ୍ଥିର କରୁଥାନ୍ତି ମନକୁ ପ୍ରାଣକୁ।.....A real and brilliant expression on capital has been delineated. Beautiful poem on odiya language. Thank you dear Mishra sir for sharing this poem.