ଶୂନ୍ଯ ବିହାର
ଗଜାନନ ମିଶ୍ର
କିଏ କାହାକୁ ଛାଡୁଛି
କି ଧରୁଛି!
କବିତା ମତେ
କି ମୁଁ କବିତାକୁ!
ଶୂନ୍ୟେଇ ଯାଉଛି କି
ଦେହ ମନ ଶୂନ୍ୟରେ!
ନା ଶୂନ୍ୟ ଧରୁଛି ଜାବୋଡି
ମତେ ବାଙ୍କରେ!
ବାଙ୍କବିହାରୀ ଦେଖୁଛି,
ଦେଖୁଛି ମତେ ସତରେ!
ନା ମୁଁ ଦେଖି ପାରିଛି
ଆଉ ଧରିଛି କେବେ!
ମୁଁ ତପୋବନରେ
ମୁଁ ପାହାଡତଳେ
ମୁଁ ପାଣିବନ୍ଧରେ
ଧରୁ ଧରୁ ଛାଡୁ ଛାଡୁ
ଏଠାରେ ଏତେବେଳେ।
କଣ କରିବାକୁ ମୁଁ?
କୋଉଠି କିଏ ରହି
କରୁଛି ଏତେସବୁ?
ପାଉଛି କଣ ଆଉ
ହରାଉଛି କଣ
କହୁଛି କିଏ କାହାକୁ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
13/10/2019
This poem has not been translated into any other language yet.
I would like to translate this poem
Poetry catches the poet and poet catches the poetry. This is wonderful combination. An amazing sharing is done.10