ସ୍ୱପ୍ନ ସୁନ୍ଦର Dream Beautiful Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସ୍ୱପ୍ନ ସୁନ୍ଦର Dream Beautiful

Rating: 5.0

1

ସ୍ୱପ୍ନରେ ଯାଉ ଯାଉ
ଅଟକି ଦେଉଛି କି କୋଉଠି!
ପାରୁ ନି ବୁଝି।
ସ୍ୱପ୍ନଟା ଏତେ ସେତେ କହୁ କହୁ
ଭୁଲାଇ ନେଉଛି ଆଉ କୁଆଡକୁ।
ପ୍ରତ୍ୟାଖ୍ୟାନ ପାରୁ ନି କରି
ସ୍ୱପ୍ନକୁ ମୂଳରୁ।
ସ୍ୱପ୍ନ ଯେ ସଦା ହୋଇଥିବ ସୁନ୍ଦର
ଏମିତି ବି କଥା ନାଇଁ।

2

କହିବି କୋଉ ସ୍ୱପ୍ନ
ଯୋଉ ସ୍ୱପ୍ନରେ ପୋତା ଯାଉଥିଲା
ବସ୍ତା ବସ୍ତା ଚୂଡା ମାଟିରେ,
ଯୋଉ ସ୍ୱପ୍ନରେ ମୋ ମାଟିର ଲୋକ
ଉପରକୁ ଉପର ଲଦାଲଦି ହୋଇ
ଯାଉଥିଲା ଦାଦନଖଟି ସୁରଟ ଏକ୍ସପ୍ରେସରେ,
ଯୋଉ ସ୍ୱପ୍ନରେ ଫଟାମାଟିକୁ ଦେଖି
ଚକଡାଗଛ ଡାହିରେ ଛନ୍ଦିଥିଲା ନିଜ ବେକ
ଶ୍ୟାମସୁନ୍ଦର ଚାଷୀ ଅନେଇ ଅନେଇ ଆକାଶଆଡେ।

ଆଉ ମୁଁ ଚାହେଁ ନା ବଂଚିବାକୂ ସ୍ୱପ୍ନରେ,
ଭାରି ଦଗାଦାର ସ୍ୱପ୍ନଗୁଡାକ
କୋଉଠିକୁ ନେବୁ କହି ନେଇ ଯାଆନ୍ତି
ଆଉ କୋଉଠିକୁ ବେହିସାବି ମେଘରେ,
ରଖିବାକୁ ବି ଦିଅନ୍ତି ନି ଖୁସିବାସି ଏଠାରେ ।
ସ୍ୱପ୍ନ ବିଷୟରେ ନ କହିବାଟା ବହୁତ ଭଲ
ପେଟପିଠି ଯେମିତି ଅଛି ଥାଉ ସେମିତି ଏଠାରେ।

Tuesday, July 2, 2019
Topic(s) of this poem: life
COMMENTS OF THE POEM
Dr Dillip K Swain 02 July 2019

A beautiful work! Well penned...10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success