ମାଟି ଚାଖଣ୍ଡେ
ଗଜାନନ ମିଶ୍ର
ମାଟି, ମାଟି,
ମାଟି ଚାଖଣ୍ଡେ।
ମାଟି ଚାଖଣ୍ଡେରେ
ଜୀବନ ଝଲସେ।
ଜୀବନ ଅମୃତ,
ଜୀବନ-ଅମୃତ ବାସେ।
ବାସେ ପବନ,
ପବନ ସହିତ ପାଣି
ଫୁଟେ, ବାସେ, ମାଟିରେ।
ମାଟିକୁ ଆକାଶ ରଖେ,
ରଖେ ସାଇତି ଆକାଶ,
ଆକାଶ ଆକାଶ।
ମାଟିରେ ମାଟିରେ
ମାଟିର ବାସ, ରସ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
05/12/2019
This poem has not been translated into any other language yet.
I would like to translate this poem
Congratulations for the magic poem#33333..... very nice!