ବାଘ ଲଢେଇ (Fighting Of Tiger) Poem by Dr. Sada Bihari Sahu

ବାଘ ଲଢେଇ (Fighting Of Tiger)

ବାଘ ଲଢେଇ ଦେଖିବା ଭାଇ
ଶିମିଳିପାଳ ଯାଇ
ଦେଖାଇ ନିଜ ବାହୁବଳ ଓ ପରାକ୍ରମ
ହେବ ସେ ସିଏ ଜଂଗଲ ରାଜା ହେଇ
ଜଂଗଲ ସାରା ହୁରି ପଡିଛି ନୂଆଁ ରାଜାଂକ ପାଇଁ
ବିଲୁଆ ନନା ହୁଡାରୁ ଥାଇ ଦେଖି ଲଢେଇ ହୁଏ ଚକିତ ହୋଇ
ଗାତ ଭିତରେ ଥରୁଛି ଠେକୁଆ ଭାଇ
ମାଂକଡ ଦଳ ଗଛ ଡାଳ ରେ ଡିଆଁ ମାରଂତି ତୁହାକୁ ତୁହା ହୋଇ
ଦୁରରୁ ଥାଇ ହାତୀ ଭାଇନା ଶୁଣ୍ଡ ହଲାଂତି ଲଢେଇ ମଜା ନେଇ
ଲଢେଇ ଏଠି ନିଜ ରାଜୁତି ନିଜ କ୍ଷେତ୍ରକୁ ନେଇ
ଜଂଗଲ କାଟି ସଫା କଲେ ଆମେ କୁଆଡେ ଯିବେ ଆମ ପଶୁ ପକ୍ଷୀ ଭଉଣୀ ଭାଇ
ଝରଣା, ନଦୀ, ପାହାଡ, ଜଂଗଲ୍, ବୃକ୍ଷ୍, ଗଛ ଲତା
ପଶୁ ପକ୍ଷୀ ଏ ସଭିଏଁ ଆମର ସାଥୀ ମନେ ରଖିତ ଭାଇ
ସେମାନେ ବଂଚିଲେ ଆମେ ବଂଚିବା ମନରୁ ପାଷୁର ନାହିଁ
(C) ଡ. ସଦା ବିହାରୀ ସାହୁ

Thursday, January 4, 2024
Topic(s) of this poem: tiger
POET'S NOTES ABOUT THE POEM
This is with regard to fighting of tigers in Shimilapal Wild Life Sanctuary, Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success