ପଦଚିହ୍ନ
ଗଜାନନ ମିଶ୍ର
ପାଉ ନି ଖୋଜି ଖୋଜି
କାହାର ବି ପଦଚିହ୍ନ ଏଠି।
ଏ ସାରା ଜଙ୍ଗଲ
କାଦୁଅ ପୂର୍ଣ୍ଣ ।
ଖେଳ, ବୁଲ, ନାଚ,
ଆଉ କଥା କୁହ ଢେର୍।
କଣ ନାହିଁ
ସମସ୍ତେ ଦେଖିଲେ।
କହିଲେ ନି କେହି
ଅଛି କଣ।
ଘରକୁ ଫେରିଲାବେଳେ
ବସିଲେ ଚକାପାରି।
ଆଉ ମତେ ମିଳିଗଲା
ଅଛିଣ୍ଡା ଅଙ୍କର ସୂତ୍ର।
This poem has not been translated into any other language yet.
I would like to translate this poem
ଆଉ ମତେ ମିଳିଗଲା ଅଛିଣ୍ଡା ଅଙ୍କର ସୂତ୍ର।..........A great theme is here. Wonderful imaginary. Thanks for sharing this lovely poem.