ଜାଣିଗଲିଣି, ମୁଁ
ହୋଇଛି ଜନ୍ମ କବିତା ପାଇଁ।
ଆଉ ମୁଁ ଜାଣୁଛି
ସମସ୍ତେ ଅଚେତନ ଏଠି
କୋଉ ନା କୋଉ ନିଶାରେ।
କୋଉ ମାୟା ଏଇଟା
ଆଉ କିଆଁ ସମସ୍ତେ ମୋହିତ
ଜଣା ନାହିଁ କାହାକୁ।
କିନ୍ତୁ ଜଣା ମତେ ସତ୍ୟ,
ଆଉ ସେଇଟାକୁ ଧରି
ଯାଉଛି ମୁଁ ଘରୁ ବାହାରି,
ଦେଖେଇଦେବାକୁ ଆଲୁଅ
ସସାଗରା ଧରାକୁ।
ମୋ ପ୍ରାଣ ଯାଉ,
ପରବାୟ ନାଇଁ।
ସତ୍ୟ ଉଚ୍ଚାରଣରୁ
ହଟିବି ନାଇଁ।
କେହି ନ ଜାଣିଲେ ବି
ଜାଣେ ମୁଁ, ନିଆଁ ପାଣି
ସମସ୍ତେ ଆଜ୍ଞାକାରୀ ଭୃତ୍ୟ
ସତ୍ୟର।
ସତ୍ୟ ଯୋଗୁ
ଛାଡୁ ନି ମୋ ପାଖ କବିତା।
ଆଉ ନେଉଛି ମତେ
ମୁହୂର୍ତ୍ତରୁ ମୁହୂର୍ତ୍ତ
ଚିହ୍ନବର୍ଣ ନ ଥିଲାବେଳେ
କୋଉଠି କାହାର।
This poem has not been translated into any other language yet.
I would like to translate this poem
You are traveling in the path of truth and love, there is utter beauty in your journey dear poet! No evil can touch you, you are a solid substance nothing can shake you, nothing can bother you! I may not continue here but I will always remember you as a fellow traveler dear elder brother! You are true poet! Wish you a sparkling future poetic journey!