ଆସରେ ଆସ,
ଆଗେଇ ଆସ,
ନିଜ ଭାଷା ପାଇଁ
ଲାଗିବା ଆସ।
ନିଜ ଭାଷାରେ
ନିଜ ପରିଚୟ
ଦେବା ଦେଖେଇ
ଆସ।
ଭାଷା ପାଇଁ
ଏତେସେତେ,
ଭାଷା ନ ଥିଲେ
ତୁମେ କିଏ
ଆମେ କିଏ!
ଆସରେ ଆସ,
ଭାଷା ପାଇଁ ଯିବା
ରାଜରାସ୍ତା,
ଦାବି କରିବା
ଭାଷା ଆମର
ଫେରା ମୁଖିଆ।
ଆମ ପାଇଁ ତୁ,
ତୁ ଆମର।
ଭାଷା ପାଇଁ ଆମେ,
ରହିବୁ ଯଦି
ରହ ସବୁଠି
ଭାଷାର କାମେ।
ଆସରେ ଆସ,
ସଭିଏଁ ଆସ,
ଭାଷା ପାଇଁ
ସବୁ ଏକାଠି ଆସ,
ଗାଲୁ ସରକାରକୁ
ଦେବା ବାନ୍ଧି
ଲଗାଇ ଫାଶ।
କି ସାହସ?
ଆମର ଖାଇ
ଆମର ପିଇ
କିଆଁ ଦେବ କିଏ
ବିଦେଶୀ ହସ!
ଆସରେ ଆସ,
କ୍ଷମା ଦେବାର
ନାହିଁ ସମୟ,
ନାହିଁ ଅନ୍ଧାର,
ହେଲାଣି କେବଠୁ
ସୂର୍ଯ୍ୟୋଦୟ।
This poem has not been translated into any other language yet.
I would like to translate this poem
ଆସରେ ଆସ, ଆଗେଇ ଆସ, ନିଜ ଭାଷା ପାଇଁ ଲାଗିବା ଆସ।......................a beautiful poem dear poet.......10