କହିଛି ମରିବି ନି,
କିଏ ତମେ
ଆସୁଛ ଧାଇଁ
ମାରିବ ବୋଲି!
ଛି! ଛି!
ଲାଜ ସରମ ନାଇଁ କିଛି।
ମୋର ବୋଲି
ଅଛ କେବଳ ତମେ,
ଆଉ ଅଛି ମୁଁ
ତମର।
ପାରିବ ଯଦି
ବାହାରି ଆସ ଟିକିଏ,
ଦେଖେଁ ତମର
କଳା ଧଳା ହଳଦିଆ ମୁହଁ।
କହିବି କେମିତି
ଅଛେ ଆମେ ଏକତ୍ର,
ପବିତ୍ର।
ଏତେ ସେତେ ମିଛ
ଆସିଲା କୁଆଡୁ
ସତ୍ୟ ଭିତରକୁ!
ବାୟା ମୁଁ,
କହି ବୁଲୁଛି ଗଳି ଗଳି,
ତୁଚ୍ଛାକୁ।
ଯଦି ଏତେ ବହପ,
କହିଦଉନା, ରହ!
English rendering;
I have spoken
I would not die.
And who you are
Coming forward
To kill me.
Foe, foe! !
No shame, no modesty.
You are there
For me,
And I am yours.
If you can
Come out
And let me see
Black white
And yellow face
Yours.
How can you say
We are here together,
All sacred.
How so much lies
Came into the truth!
For nothing
I am telling
Here there,
I am mad.
If so much strength,
Tell me to stay.
This poem has not been translated into any other language yet.
I would like to translate this poem
A beautiful poem so nicely and touchingly executed with nice theme.10