ମା
ହେଇ କରୁଚି ପୂଜା
ମୋ କବିତାରେ
ଜୀବନ ଯନ୍ତ୍ରରେ
ବାଲୁକା ମଣ୍ଡଳରେ
ମାଟି ପ୍ରତିମାରେ
ପଥରରେ ପାଣିରେ
ଶ୍ୱେତ ରକ୍ତ ମନ୍ଦାରରେ।
ପୂଜାର ସାକ୍ଷୀ ଏଠି
ସୂର୍ଯ୍ୟ ଚନ୍ଦ୍ର ଯମ ସମୟ।
ରାଶି ନକ୍ଷତ୍ର ତିଥି ବାର ପକ୍ଷ
ସବୁ ଯେ ଯାହାର ଏଇଠି ମା।
ନଦୀ ସମୁଦ୍ର ବୃକ୍ଷ ଫଳ
ସବୁ ଏକତ୍ର ଆକାଶ ପବନରେ।
ଭୂତ ଆସନ ଶୁଦ୍ଧିରେ
ନ୍ୟାସ କରୁଛି ତତେ।
ଆ ମା ଆ, ଏଠି ଥା।
ମତେ ଆଲୁଅ ଦେଖାଉ ଥା।
This poem has not been translated into any other language yet.
I would like to translate this poem
ଅତ୍ୟନ୍ତ ଭକ୍ତିର ସହିତ ବାଲୁକା ମଣ୍ଡଳରେ ମାଙ୍କର ପୂଜା କରିବା ନିଶ୍ଚିତ ଭାବରେ ଏକ ଗ୍ରହଣୀୟ ଓ ସଦ୍ଭାବନାର ବିଷୟ. । ପୂଜା ଅବସର ରେ ଆପଣ ଲେଖି ଥିବା କବିତା ଟିଚମତ୍କାର ହୋଇଛି. ।..୧୦.