ସନ୍ଧାନେ (In Search Of) Poem by Dr. Sada Bihari Sahu

ସନ୍ଧାନେ (In Search Of)

Rating: 5.0

ଖୋଜେ ମନ ଫୁଲର ମହକ
ଚନ୍ଦ୍ରର ଶୀତଳତା, ସଂଗୀତର ସୁମଧୁର ସୁର,
ସ୍ପର୍ଷର ଶୀହରଣ, ରବିଙ୍କକିରଣ
ତୁମ ସଙ୍ଗେ ବିତାଇଥିବାଦିନ ମାନ

ଖୋଜେ ମନ ସତ୍ୟର ସାହସ
ଭୟ କୁ ଜୟ କରିବାକୁ ବୀରତା
ତୁମ ମୃଦୁ ହସ, ତୁମ ଦେହର ବସନା
ତୁମ ସହ ମିଶିବାର ଆବେଗ ଓ ଉଦୀପନ୍ନା

ଖୋଜେ ମନ ତୁମ ରନ୍ଧା ଖାଦ୍ୟମାନ
ରୁଣୁ ଝୁଣୁତୁମ ଚୁଡିର ଝଙ୍କାର
ସ୍ମୃତି ହସ ସଙ୍ଗେ ତୁମ ଚୋରୀ ଚୋରୀଚାହାଣୀ
ଜାକୁ ନେଇ ଗଢା ଅଛି ମୋର ପ୍ରେମମୟୀ କାହାଣୀ

ପରିପୂର୍ଣ ମୋ ଜୀବନ
ଯଦି ଥାଅ ତୁମେ ମୋ ପାସେ, ମୋ ଗହଣେ
ପାଇ ଯାଏ ଫୁଲର ମହକ, ଚନ୍ଦ୍ରର ଶୀତଳତା
ରବି ଙ୍କଉଷ୍ମତା, ସତ୍ୟକୁ ସମ୍ମୁଖୀନ କରିବା ସାହାସ

ତୁମରି ସନ୍ଧାନେ ଖୋଜେ ମନ ପ୍ରତିଟି କ୍ଷଣ
ସ୍ଵାଶ ରୁଦ୍ଧ ଲାଗେ ଆଜି, ବନ୍ଦ ପ୍ରାୟ ହୃଦୟର ସ୍ପନ୍ଦନ
ତୁମରି ସନ୍ଧାନେ...... ତୁମରି ସନ୍ଧାନେ........

*******************

Monday, January 1, 2018
Topic(s) of this poem: love
POET'S NOTES ABOUT THE POEM
Poem is in Odia language.
COMMENTS OF THE POEM
Dr Dillip K Swain 05 January 2018

ପରିପୂର୍ଣ ମୋ ଜୀବନ ଯଦି ଥାଅ ତୁମେ ମୋ ପାସେ, ମୋ ଗହଣେ ପାଇ ଯାଏ ଫୁଲର ମହକ, ଚନ୍ଦ୍ରର ଶୀତଳତା ରବି ଙ୍କଉଷ୍ମତା, ସତ୍ୟକୁ ସମ୍ମୁଖୀନ କରିବା ସାହାସ -A beautiful poem is shared..10

0 0 Reply
READ THIS POEM IN OTHER LANGUAGES
Close
Error Success