1
ଧ୍ୱନି ପ୍ରତିଧ୍ୱନି
ଶବ୍ଦ ଅକ୍ଷର
ସବୁ ଏ ପଥରର।
ପଥରକୁ ନେଇ ଇ
ମୋର ପଥରଲେଖା
ଏ ଦେହରେ।
ଅନ୍ଧାର କହ କି
କହ ଆଲୁଅ
ଫରକ ପଡେ ନା।
ସୀମା ପାର୍
ସବୁ ଉଡାଣ।
କବିତାର ରଙ୍ଗରେ
ପୁଣି ରଙ୍ଗୀନ
ଆମେ ଏଠାରେ!
2
ମୁଁ ଲେଖୁଛି କବିତା
କହିଲା କିଏ ତୁମକୁ!
ଜାଣିଲ କେମିତି
ତୁମ ବିଷୟ ସବୁ!
ଜାଣିଛ ତୁମେ କିଏ?
ପାରିବ କହି
କଣ କରୁଛ ଏଠି?
ଏ ଶବ୍ଦ ଏ ଭାବ
ସବୁ ତୁମର!
ମେଘର ସବୁ ଘନଘଟା
ପବନ ପାଣି
ପାହାଡ ଫଟା ବର୍ଷା
କାହା ପାଇଁ!
ସ୍ୱପ୍ନ ଆକାଶ
ପହଂଚାଉଛି ତୁମକୁ
କୋଉଠୁ କୋଉଠିକୁ ନେଇ!
କଙ୍କିର ଡେଣା
କେତେ ଉଠାଉଛି
କେତେବେଳଯାଏ!
ଆଉ ଟିକିଏ ବସ ଯାଇ
ସେଇ ସୂର୍ଯ୍ୟୀକରଣରେ
ଦେଖି କହ କଣ କେମିତି
କେଉଁଠାରେ ଅଛ ଏତେବେଳେ!
This poem has not been translated into any other language yet.
I would like to translate this poem
Could you pleas looks charminge post a literal translation of the poem in English. The script looks charming. I want to see its colors.