ଜରାସନ୍ଧ
ଗଜାନନ ମିଶ୍ର
ଜରାସନ୍ଧ,
ଜରାସନ୍ଧ କଣ କରିଥିଲା?
କଣ କରିଥିଲା ଜରାସନ୍ଧ?
ଅଠରଥର ଆକ୍ରମଣ କରି
ଧ୍ୱସ୍ତବିଧ୍ୱସ୍ତ କରିଥିଲା ମଥୁରା।
କୃଷ୍ଣ ବଳରାମଙ୍କୁ ମାରିବ ବୋଲି
କୁପ୍ରବୃତ୍ତିର ସଭିଙ୍କୁ
କରିଥିଲା ଏକତ୍ରୀତ।
କଣ କରିଥିଲେ କୃଷ୍ଣ ବଳରାମ?
କୃଷ୍ଣବଳରାମ ମାରିଥିଲେ କଂସ।
ଜରାସନ୍ଧର ଝିଅ ହେତିପ୍ରହେତିଙ୍କୁ
ବାହା ହୋଇଥିଲା କଂସ।
ଜରାସନ୍ଧ ନେବାକୁ ଚେଷ୍ଟା କରିଥିଲା
ଜାମାତା ହତ୍ୟାର ପ୍ରତିଶୋଧ।
ଜରାସନ୍ଧ, ଜରାସନ୍ଧ, ଥିଲା
ପ୍ରତିଶୋଧର ଅଗ୍ନିରେ ଅନ୍ଧ।
ନିଜ ଝିଅକୁ ବରବାଦ କରିଥିବା
ଲୋକକୁ ବିନାଶ କରିବା
କଣ ଭୁଲ ଥିଲା?
ହଁ ଥିଲା ଭୁଲ ବୋଧେ ନିଶ୍ଚେ।
ଭୁଲ ନ ଥିଲେ ଦ୍ୱିତୀୟ ପାଣ୍ଡବ ଭୀମ
କିଆଁ ଦି ଫାଳ କରି ଚିରି
ଓଲଟା ଫିଙ୍ଗିଥାନ୍ତା!
ଜରାସନ୍ଧ, ଜରାସନ୍ଧ,
ଆଜିର ଜରାସନ୍ଧ କରୁଛି
ଭୁଲ ସଂଶୋଧନ, ଆଉ
ଦେଉଛି ବୁଡାଇ ନିଜ ଝିଅର ବଂଶ
ତୟାର କରିବାକୁ ସବୁକୁ ଶୂନ୍ଯ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
This poem has not been translated into any other language yet.
I would like to translate this poem
You have so nicely and touchingly inscribed this philosophical poem relating to mythology. Thanks for sharing.