କଚରୀ
ଗଜାନନ ମିଶ୍ର
1
କଚରାରୁ କଚରୀ,
ଯାହା କହୁଥିଲେ
ମୋବାପା ଗତକାଲି
ସେଇଟା ସତ ବି ଆଜି।
2
ଦଶ ଟଙ୍କା ଯୁଗ
ଆଉ କଣ ଅଛି?
ପଚାଶଟେ ଦିଅ
ନେବ ଯଦି ତାରିଖ।
3
ଗଲାଣି ତିନି ପିଢି
ଧାଇଁ ଧାଇଁ
ଫଏସଲା ନାଇଁ, ଚାଲିଛି
ପେଶି ପରେ ପେଶି।
4
ନୌକର ନାଇଁ ଉକର,
ଚଢି ଆସୁଛି ଆଉ କରୁଛି
ହୁକୁମାଦି, ଆମର
କେଉଁଆଡକୁ ଗତି!
5
କହିଲା ଦେଉଛୁ ନା ନାଇଁ
ଦସ୍ତଖତ, ପଚାରିଲି ସାରେ
କୋଉ ଭାଷାରେ କଣ ଲେଖିଲେ
ମୁଁ ତ ପାରୁନି ପଢି!
ତପୋବନ, ଟିଟିଲାଗଡ, ବଲାଙ୍ଗିର
31/10/2018
This poem has not been translated into any other language yet.
I would like to translate this poem
Beautifully penned! Let us love poetry forgetting differences...10