ଜୀବନ- ସ୍ଵପ୍ନ, ସମ୍ପର୍କ ଓ ସାଙ୍ଗ (Life: Dream, Relation And Friend) Poem by Dr. Sada Bihari Sahu

ଜୀବନ- ସ୍ଵପ୍ନ, ସମ୍ପର୍କ ଓ ସାଙ୍ଗ (Life: Dream, Relation And Friend)

Rating: 5.0

ଜୀବନ- ସ୍ଵପ୍ନ, ସମ୍ପର୍କ ଓ ସାଙ୍ଗ


ସ୍ଵପ୍ନ, ସମ୍ପର୍କ ଓ ସାଙ୍ଗ ମାନଙ୍କୁ ନେଇ ଏ ଜୀବନ
କିଛି ଦୁଃଖ, କିଛି ସୁଖ
ଆଉ କିଛି ଖୁସି, କିଛି ଅନୁତାପ ଅବା କିଛି ରାଗ ଓ ରୋଷରସମାହାର
ଏ ଜୀବନ
କିଛି ପାଇବାର ଇଚ୍ଛା ତ କେବେ ହରାଇ ବାର ଅବଶୋଷ
କେବେ ସୁନୀଳ ସ୍ଵପ୍ନରେ ଭାସିଯିବାରେ ଉତ୍କଣ୍ଠା ତ
କେବେ ଦୁଃଖରେ ଭାଙ୍ଗି ପୁଣି ଛିଡା ହେବାର ଦମ୍ଭ
ଏଇ ତ ଜୀବନ

ସ୍ଵପ୍ନ ଦେଖେ ନିତି ଦିନ
ଆଗକୁ ବଢିବା ପାଇଁ, ସଫଳ ହେବା ଅବା ସୁଖମୟ ଜୀବନ ପାଇଁ
କିଛି ସ୍ଵପ୍ନ ସାକାର ତ ଅନେକ ଅସଫଳ
ମନ ଭାଙ୍ଗି ପଡେ ଅସଫଳେ
କିନ୍ତୁ ସମ୍ପର୍କ ଓ ସାଙ୍ଗ ଭରି ଦିଅନ୍ତି ପୁଣି ଦମ୍ଭ ପୁଣି ଆଗକୁ ବଢିବାକୁ
ପୁଣି ସ୍ଵପ୍ନ ଦେଖିବାକୁ
ଜୀବନ ଏମିତି ଗାଡିଚାଲେ ତା ଚଲାପଥେ ଆଗକୁ ଆଗକୁ

ସମ୍ପର୍କ ହିଁ ଜୀବନ, ଜୀବନ ମାନେ ହିଁ ସମ୍ପର୍କ
ସମ୍ପର୍କ ବିନା ଜୀବନ ଶୂନ୍ୟ, ଅନ୍ଧାକାର
ସମ୍ପର୍କ ରେ ହସ ଫୁଟେ, ଖୁସି ଆସେ, ଦୁଃଖ ଆସେ
ଜୀବନ ପ୍ରସ୍ପୁଟିତ ହୁଏ, ଚିହ୍ନି ହୁଏ
ଜୀବନର ମାନେ ବୁଝି ହୁଏ ବାରମ୍ବାର


ଜୀବନକୁ ଜିଇଁବା ପାଇଁ ଲୋଡା ସାଥି ଟିଏ, ସାଙ୍ଗ ଟିଏ
ଯା ସାଙ୍ଗେ ସେ ଖୋଲି ପାରୁଥିବା ନିଜ ମନ କଥା
ସୁଖ, ଦୁଃଖ, ହସ ଓ ଖୁସି
ଆଖିରୁ ଲୁହ ପୋଛିପାରୁଥିବ, ମନ ଖୋଲି ଭଲ ପାଉଥିବ
ଠିକ ରାସ୍ତାରେ ଯିବା ପାଇଁ ବାଟ ଦେଖାଇ ପାରୁଥିବ
ମନ କଥା ବୁଝିପାରୁଥିବ
ସ୍ଵପ୍ନ ଓ ସଂପର୍କକୁ ଗୋଢି ତଳୁଥିବ
ସାଥି ଟିଏ, ସାଙ୍ଗ ଟିଏ ଲୋଡା ଜୀବନର ପ୍ରତିଟି କ୍ଷଣରେ
ସାଥି ବିନା, ସାଙ୍ଗ ବିନା ଏ ଜୀବନର ମାନେ କିଛି ନାହିଁ
ଜୀବନଟା ପୁରା ଖାଲି ଖାଲି- ମରୁଭୂମିର ଏକାନ୍ତ ପଥିକ ପରି
ଜୀବନ ଏମିତି ଝୁମେ ସାଥି ଓ ସାଙ୍ଗ ସଙ୍ଗେ ସଙ୍ଗେ

ସ୍ଵପ୍ନ, ସମ୍ପର୍କ ଓ ସାଙ୍ଗ କୁ ନେଇ ଏଇ ମୋ ଜୀବନ
ଏ ତ୍ରିଭୁଜ ମଧେ ମୋ ଜୀବନ ଓ ମୋ ଅସ୍ତିତ୍ଵ
କେହି ଜଣେ ଓହୋରି ଗଲେ ମୁଁହୁଏ ଅସ୍ଥିର
ଏ ତିନିଙ୍କୁ ନେଇ ମୁଁ ଆଜି ଗର୍ବିତ
ନଥାଉ ପଛେ ମୋ ପାଖେ ଧନ, ଯଶ, ମାନ
ହେ ଜୀବନ- ସ୍ଵପ୍ନ, ସମ୍ପର୍କ ଓ ସାଙ୍ଗ କୁ ନେଇ ମୁଁ ଆଜି ଖୁସି ଓ ଧନବାନ
ମୋ ପାସେ ଏ ତିନିହେଁ ଥିଲେ ଜୀବନ ମୋ ଚୀର ସ୍ମରଣୀୟ

Thursday, June 4, 2020
Topic(s) of this poem: dream,friend,life
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success