1
1
ମୋର ସମୁଦି ନାଇଁ କି ଶଳା ନାଇଁ,
ଭାଇ ବିରାଦରି ବନ୍ଧୁ ସଂଗୋଷ୍ଠୀ ନାଇଁ,
ଦେଖ ଏକା ଲଢୁଛି କରୋନା ସହିତ ଶବ୍ଦଦୀପ ଜାଳି
ଏମିତି ଏ ରାତିଅଧରେ ଆଉ ଜିତୁଛି ଜୀବନ।
2
ଜାଳିବୁ ଦୀପ
ଗଜାନନ ମିଶ୍ର
ଶୋଇବାକୁ ଯଦି
ଏତେ ଆଗ୍ରହ ଶୋଇପଡ।
ଆମେ କିନ୍ତୁ ରହିବୁ
ସଦା ଜାଗ୍ରତ।
ଜାଳିବୁ ନିଜକୁ
ନିଜ ଘରେ
ଆଉ ଦେବୁ ଆଲୁଅ
ବାହାରକୁ
ସାରା ଜଗତକୁ।
ନଅରେ ନଅ ମିଶାଇ
ଗାଇବୁ ଚଂପୂଚଉପଦୀ
ଗାଉଁଲି ମୁକ୍ତଛନ୍ଦରେ ।
ପରଖିବୁ ନିଜକୁ
ଖୋଲା ଆସମାନ ତଳେ।
ଚୋରାଫୋରା ନୁହଁ କିଛି
ଆମେ ମୁକ୍ତ ଆଉ ସ୍ୱାଧୀନ
ଆଉ ସ୍ୱତନ୍ତ୍ର ବି।
ଜାଳିବୁ ଘିଅ ଦୀପ
ଜାଳିବୁ ହୃଦୟ ଦୀପ
ଆଉ ରହିବୁ ସ୍ଥିର
କହିଦେବାକୁ ନୂଆ ପୃଥିବୀର
ରଙ୍ଗୀନ ରୂପରେଖ।
ତପୋବନ, ଟିଟିଲାଗଡ,ବଲାଙ୍ଗୀର
05/04/2020
This poem has not been translated into any other language yet.
I would like to translate this poem
ଜାଳିବୁ ନିଜକୁ ନିଜ ଘରେ ଆଉ ଦେବୁ ଆଲୁଅ ବାହାରକୁ ସାରା ଜଗତକୁ।....outstanding conceptualization, Beautiful poem.