ସ୍ଵପ୍ନର ମଲ୍ଲିକା ତୁମେ, ସୁରର ସଙ୍ଗୀତ
ହାସରେ ତୁମ ଫୁଲ ଫୁଟେ, ରୋଦନେ ସମୁଦ୍ର
ହରିଣୀର ଚାଲି ତୁମ, ସଦା ପ୍ରଫୁଲିତ ମନ
ଦେଖା ହୁଏ ଯେବେ ତୁମ ସଙ୍ଗେ, ଖେଳେ ଖୁସିର ଲହରି
ଧରା ପୃଷ୍ଟେ ତୁମ ଅଭିର୍ଭାବ, ସତେ ଅବା ସ୍ଵର୍ଗର ପରୀ
ଦେଇଛ ଆଶା ଓ ପରିକଳ୍ପନାର ଗଢିବାକୁ ପ୍ରେମର ତ୍ରିଲୋକ ପୁରୀ
ସ୍ପର୍ଶରେ ସୃଷ୍ଟି କରେ ଉଷ୍ମତାର ଆବେଗ
ବିତାଇ ବାକୁ ଇଚ୍ଛା ହୁଏ ଯୁଗ ଯୁଗ ତୁମ ସାଥେ ଏ ପରି
ଚାହାଣୀରେ ତୀରର ତୀକ୍ଷଣତା
ସୁସଜିତ ଲମ୍ବ କେଶ କରେ ଅଧୀର ଓ ଅତିଷ୍ଠ
ଓଠରୁ ଝରି ପଡେ ଯେବେ ମୁକୁତାର ମଣି
ଅପେକ୍ଷାରେ ରହେ ନୟନ ଦ୍ୱୟ, ଦେଖିବାକୁ ଚନ୍ଦ୍ରରୂପୀ ଚାହାଣୀ
ସତରେ କି ତୁମେ ଅବସ୍ଥିତ ଏହି ଧରା ପୃଷ୍ଟେ
ଅବା ଏ ମୋର ସ୍ଵପ୍ନର କୁହୁଳି
ଆସ ପ୍ରିୟା ମୋ ହାତ ଧରି ହୋଇ ମୋ ସାରଥୀ
ଧନ୍ୟ ହେଉ ଏ ଜୀବନ ପାଇ ତୁମ ସଂଗତି
ଆଶା ଓ ବିଶ୍ବାସ ତୁମେ ହେବ ଯୁଗେ ଯୁଗେ ମୋ ଜୀବନ ସାଥୀ
This poem has not been translated into any other language yet.
I would like to translate this poem
ସ୍ପର୍ଶରେ ସୃଷ୍ଟି କରେ ଉଷ୍ମତାର ଆବେଗ ବିତାଇ ବାକୁ ଇଚ୍ଛା ହୁଏ ଯୁଗ ଯୁଗ ତୁମ ସାଥେ ଏ ପରି ଚାହାଣୀରେ ତୀରର ତୀକ୍ଷଣତା ସୁସଜିତ ଲମ୍ବ କେଶ କରେ ଅଧୀର ଓ ଅତିଷ୍ଠ ଓଠରୁ ଝରି ପଡେ ଯେବେ ମୁକୁତାର ମଣି ଅପେକ୍ଷାରେ ରହେ ନୟନ ଦ୍ୱୟ, ଦେଖିବାକୁ ଚନ୍ଦ୍ରରୂପୀ ଚାହାଣୀ....a lovely poem!
Thank you Dillu for your lovely comments and liking the poem.