ଜୀବନ ଓ ଜୀବିକା ପାଇଁ ଏଠି କଠିନ ସଂଘର୍ଷ
କେବେ ଭୋକିଲା ପେଟର ଯନ୍ତ୍ରଣା
ଅବା ବଞ୍ଚିବାର ମୋହ
ଠେଲିଦିଏ ଏକ ଅଚିହ୍ନା ରାଇଜେ
ଯେଉଁଠି ଜନ୍ମ ନିଏ ମନର ଯନ୍ତ୍ରଣା
ଅଚିହ୍ନା ରାଇଜେ, ଅଲୋଡା ପାତ୍ରେ
ଯାକି ଯୁକି କରେ ସେ ଜୀବନ ଯାପନ
ନା ଓଠରେ ହସ ନା ମନରେ ଖୁସି
ତିରସ୍କୃତ, ଘୁଣ୍ୟ ସେ ଏଠି ହରାଇ ନିଜତ୍ଵ
କରେ ଆଜି ସେ ଆତ୍ମ ମନ୍ଥନ
ଝୁରେ ମନ ମା ହାତ ରନ୍ଧା ଖାଦ୍ୟମାନ
ନଈ କୂଳ ସ୍ନାନ, ସଞ୍ଜ ସକାଳେ ଦେଉଳର ଘଣ୍ଟ
ଗୋଧୂଳି ବେଳର ସୁଗନ୍ଧିତ ଧୁଳିର ବାସ୍ନା
ବର ଗଛ ଛାଇ, ଜାନି ଯାତ୍ରା ପର୍ବ ପର୍ବାଣୀ ମାନ
ଛଡାଇ ନେଇଛି ଏସବୁ ପେଟର ତାତି
ଶରୀର ଖାଲି ରହିଛି ଏଠି ମନ ଝୁରେ ଭିଟା ମାଟି ପ୍ରୀତି
କର୍ଣ ମଧେ ବାରମ୍ବାର ଶୁଭେ ପ୍ରତିଧ୍ବନି
ତୁ ଫେରିଆ ମୋ କୋଳକୁ
ମୋ ଆଖି ସାମ୍ନାକୁ
ବଞ୍ଚିବାକୁ ଅନେକ ବାଟ ଅଛି ଏଠି
ମନ ମଧେ ଉଠେ ପ୍ରଶ୍ନ
ମିଳି ଥାନ୍ତା ଯଦି କାମ
ପେଟକୁ ଦି ମୁଠା ଅନ୍ନ
କାହିଁକି ସେ କରିଥାନ୍ତା ଭିଟାମାଟି ଠାରୁ ପଳାୟନ
This poem has not been translated into any other language yet.
I would like to translate this poem
ଝୁରେ ମନ ମା ହାତ ରନ୍ଧା ଖାଦ୍ୟମାନ ନଈ କୂଳ ସ୍ନାନ, ସଞ୍ଜ ସକାଳେ ଦେଉଳର ଘଣ୍ଟ ଗୋଧୂଳି ବେଳର ସୁଗନ୍ଧିତ ଧୁଳିର ବାସ୍ନା ବର ଗଛ ଛାଇ, ଜାନି ଯାତ୍ରା ପର୍ବ ପର୍ବାଣୀ ମାନ....beautiful poem my dear friend Sada..I liked it..10
ଧନ୍ୟବାଦ ଦିଲୁ । କବିତାଟି ତୁମକୁ ଭଲ ଲାଗିଲା ।